ଆଦର ପୁନାୱାଲାଙ୍କ ଫଟୋ ହ୍ବାଟ୍ସଆପ୍‌ରେ ବ୍ୟବହାର କରି ୧ କୋଟି ହଡ଼ପ, ୭ ଗିରଫ

ପୁନେ : ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସିଇଓ ଆଦର ପୁନାୱାଲାଙ୍କ ଛବି ହ୍ବାଟ୍ସଆପ୍‌ରେ ବ୍ୟବହାର କରି ୧ .୦୧ କୋଟି ଟଙ୍କା ହଡ଼ପ ହୋଇଛି। ପୁନେର ଏକ ଥାନାରେ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଏନେଇ ଏତଲା ରୁଜୁ ହୋଇଥିଲା। ଅଭିଯୁକ୍ତ ପୁନାୱାଲାଙ୍କ ଛବିକୁ ହ୍ବାଟ୍ସଆପ୍‌ ଆକାଉଣ୍ଟ୍‌ରେ ବ୍ୟବହାର କରି ତାଙ୍କ କମ୍ପାନିର ଜଣେ ନିର୍ଦ୍ଦେଶକ ସତୀଶ ଦେଶପ‌ାଣ୍ଡେଙ୍କୁ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ପଠାଇବାପାଇଁ କହିଥିଲା। ପୁନାୱାଲାଙ୍କ ପାଖରୁ ଏହି ମେସେଜ୍‌ ଆସିଥିବା ବିଶ୍ବାସ କରି ନିର୍ଦ୍ଦେଶକ ହ୍ବାଟ୍ସଆପ୍‌ରେ ଦିଆଯାଇଥିବା ୮ଟି ବ୍ୟାଙ୍କ ଆକାଉଣ୍ଟ୍‌କୁ ୧.୦୧ କୋଟି ପଠାଇଥିଲେ। ୮ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ୮ ଜଣ ବ୍ୟକ୍ତିଙ୍କର। ଏମାନଙ୍କ ମଧ୍ୟରୁ ୭ ଜଣ ଗିରଫ ହୋଇଛନ୍ତି। ସେମାନେ ସମସ୍ତେ ବିଭିନ୍ନ ରାଜ୍ୟର। ଅନ୍ୟ ପକ୍ଷେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ଫେରାର ଅଛି। ପୁନେ ପୁଲିସ କହିଛି ୮ ଆକାଉଣ୍ଟ୍‌ରୁ ଟଙ୍କା ପଠାଯାଇଥିବା ପ୍ରାୟ ୪୦ଟି ଆକାଉଣ୍ଟ୍‌କୁ ଆମେ ଅଚଳ କରିଦେଇଛୁ।

ସମ୍ବନ୍ଧିତ ଖବର