ଜାତୀୟ ରାଜପଥରେ ୧୨,୮୪୨ ଦୁର୍ଘଟଣା

ନୂଆଦିଲ୍ଲୀ :ଓଡ଼ିଶାରେ ୨୦୧୭ରୁ ୨୦୧୯ ମଧ୍ୟରେ ଜାତୀୟ ରାଜପଥରେ ୧୨,୮୪୨ଟି ସଡ଼କ ଦୁର୍ଘଟଣା ହୋଇଛି। ୨୦୧୭ରେ ୪୪୮୭, ୨୦୧୮ରେ ୪୨୦୭ ଓ ୨୦୧୯ରେ ୪୧୪୮ ସଡ଼କ ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଥିଲା। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଜୟରାମ ଗଡ଼କରୀ।

ସେହିପରି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୧୭ ରୁ ୨୦୧୯ ମଧ୍ୟରେ ମୋଟ ୪୧୮୫୦୦ ସଡ଼କ ଦୁର୍ଘଟଣା ଜାତୀୟ ରାଜପଥରେ ହୋଇଥିଲା। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ୍ ବିଭାଗରୁ ସଂଗୃହୀତ ତଥ୍ୟ ଆଧାରରେ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଥିଲେ ମନ୍ତ୍ରୀ ଶ୍ରୀ ଗଡ଼କରୀ।

ସମ୍ବନ୍ଧିତ ଖବର