ବ୍ୟାଙ୍କକ୍: ଉତ୍ତର ଥାଇଲାଣ୍ଡର ଚିଆଙ୍ଗ୍ ରାଇ ପ୍ରଦେଶରେ ୧୧ ଜଣିଆ ନାବାଳକ ଫୁଟବଲ ଟିମ୍ ସହ ତାଙ୍କ କୋଚ୍ ଗୁମ୍ଫା ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ୯ ଦିନ ପରେ ସେମାନଙ୍କୁ ଠାବ କରାଯାଇଛି। ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ତେବେ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଅବ୍ୟାହତ ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ୧୧ରୁ ୧୬ ବର୍ଷ ବୟସର ଏହି ଫୁଟ୍ବଲ ଖେଳାଳିମାନେ ଓ୍ଵାଇଲ୍ଡ ବୋର୍ ଟିମ୍ର ସଦସ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ଜୁନ୍ ୨୩ରେ ସେମାନେ ଦର୍ଶନୀୟ ସ୍ଥାନ ପାଲଟିଥିବା ଲୁଆଙ୍ଗ ନାଙ୍ଗ ଗୁମ୍ଫା ଦେଖିବାକୁ ଯାଇଥିଲେ। କିନ୍ତୁ ଗୁମ୍ଫାରେ ଅଚାନକ ପାଣି ଭର୍ତ୍ତି ହୋଇଯିବାରୁ ସେମାନେ ଫେରି ପାରିନଥିଲେ। ଚିଆଙ୍ଗ ରାଇ ଗଭର୍ଣ୍ଣର ନାରଙ୍ଗସକ୍ ଓସ୍ତାନାକର୍ଣ୍ଣ କହିଛନ୍ତି, ସମସ୍ତ ଫୁଟ୍ବଲ ଖେଳାଳି ସୁରକ୍ଷିତ ଅଛନ୍ତି। ଏବେ ଗୁମ୍ଫା ମଧ୍ୟରୁ ଜଳ ନିଷ୍କାସନ କରିବା ଆମର ପ୍ରଥମ ମିଶନ। ଏହାପରେ ସମସ୍ତଙ୍କୁ ଉଦ୍ଧାର କରାଯିବ। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଗୁମ୍ଫା ମଧ୍ୟକୁ ଡାକ୍ତର ଓ ନର୍ସ ପଠାଇବା ପାଇଁ ଯୋଜନା କରାଯାଉଥିବା ସେ କହିଛନ୍ତି।