ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ମହାଅକ୍ଷୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଏବଂ ପରେ ବଳପୂର୍ବକ ଗର୍ଭପାତ କରାଇବାକୁ ବାଧ୍ୟ କରିଥିବା କୁହାଯାଇଛି। ଏଥିରେ ମିଥୁନଙ୍କ ପତ୍ନୀ ଯୋଗିତା ବାଲି ତାଙ୍କୁ ସହଯୋଗ କରିଥିବା ଏବଂ ସମ୍ପୃକ୍ତି ଯୁବତୀଙ୍କୁ ନାନା ପ୍ରକାର ହଇରାଣ କରିଥିବା ଏତଲାରେ ଦର୍ଶାଯାଇଛି। ଏ ଘଟଣାରେ ଉଭୟଙ୍କ ବିରୋଧରେ ଏଫ୍‌ଆଇଆର୍‌ ଗ୍ରହଣ କରିବାକୁ ଦିଲ୍ଲୀର ରୋହିଣୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତା ଯୁବତୀଙ୍କ କହିବାନୁସାରେ ୨୦୧୫ରେ ସେ ମହାଅକ୍ଷୟଙ୍କ ସମ୍ପର୍କରେ ଆସିଥିଲେ। କ୍ରମେ ସମ୍ପର୍କ ନିବିଡ଼ ହୋଇଥିଲା। ମହାଅକ୍ଷୟ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୪ ବର୍ଷ ଧରି ଦୁଷ୍କର୍ମ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର