ଫେସବୁକରେ ପ୍ରେମ, ଘରୁ ପଳାଇଲେ ଦୁଇ ଯୁବତୀ

ଚଣ୍ଡୀଗଡ଼: ଫେସବୁକରେ ଚାଟିଙ୍ଗ କରୁକରୁ ପ୍ରେମ ଓ ତା ପରେ ଘରୁ ପଳାଇବାର ନିଷ୍ପତ୍ତି | କିଛି ଏଭଳି ଘଟଣା ହରିୟାଣାର ସିର୍ସାରେ ଘଟିଛି | କୁହାଯାଉଛି ସମଲିଙ୍ଗୀ ବିବାହ କରିବା ପାଇଁ ଦୁଇ ଯୁବତୀ ଘରୁ ପଳାଇଛନ୍ତି | ଦୁଇ ଯୁବତୀ ନାବାଳିକା ହୋଇଥିବାରୁ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ | ପରେ ପୁଲିସ ଖୋଜାଖୋଜି କରିବା ପରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛି | ମିଳିଥିବା ସୂଚନା ମୁତାବକ ଫେସବୁକ ମାଧ୍ୟମରେ ପ୍ରଥମେ ଏହି ଦୁଇ ଝିଅ ପରସ୍ପରକୁ ଜାଣିଥିଲେ |

Gisele Haralson

ପରେ ଫେସବୁକ ମାଧ୍ୟମରେ ଫ୍ରେଣ୍ଡସିପ ବଢାଇଥିଲେ | ବନ୍ଧୁତା ଏତେ ବଢିଯାଇଥିଲା ଯେ ଘଣ୍ଟା-ଘଣ୍ଟା ଧରି ଦୁଇ ଝିଅ ଚାଟିଙ୍ଗ ମଧ୍ୟ କରୁଥିଲେ | ପରେ ବନ୍ଧୁତା ପ୍ରେମରେ ବଦଳିଯାଇଥିଲା | ଏହାପରେ ଦୁଇ ଝିଅ ସମଲିଙ୍ଗୀ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ | ଗତ ମଙ୍ଗଳବାର ଦିନ ଏହି ଦୁଇ ଝିଅ ବିବାହ କରିବାକୁ ଘରୁ ପଳାଇଯାଇଥିଲେ |

ରାସ୍ତାରେ ଏକ ପାର୍କରେ ବସି ଦୁଇ ଝିଅ ନିଜର ବିବାହ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ | ଏହି ସମୟରେ ପରିବାରର ଅଭିଯୋଗ କ୍ରମେ ପୁଲିସ ଦୁଇ ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଥିଲା | ପରେ ପୁଲିସ ନାବାଳିକାଙ୍କୁ ବାଳ କଲ୍ୟାଣ ସମିତିର ହସ୍ତାନ୍ତର କରିଥିଲା |

ସମ୍ବନ୍ଧିତ ଖବର