ସରକାରୀ ବାଳ ସଂରକ୍ଷଣ ଗୃ‌ହର ୫୭ ଅନ୍ତେବାସିନୀଙ୍କୁ କରୋନା, ୨ ନାବାଳିକା ଗଭର୍ବତୀ

କାନପୁର: ଉତ୍ତର ପ୍ରଦେଶର କାନପୁର ସହରରୁ ଏକ ବଡ଼ ଖବର ପଦାକୁ ଆସିଛି। ଗୋଟିଏ ସରକାରୀ ବାଳ ସଂରକ୍ଷଣ ଗୃହ(ବାଳିକା)ରେ ୫୭ ଜଣ ଝିଅ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏମାନଙ୍କ ମଧ୍ୟରୁ ୨ ଜଣ ନାବାଳିକା ଗର୍ଭବତୀ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଏଡ୍‌ସ ଓ ଅନ୍ୟ ଜଣେ ହେପାଟାଇଟିସ୍-ସିରେ ପୀଡ଼ିତ। ଏହି ଖବର ପଦାକୁ ଆସିବା ପରେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଉକ୍ତ ସରକାରୀ ବାଳ ସଂରକ୍ଷଣ ଗୃହର ନାମ ରାଜକୀୟ ବାଳ ଗୃହ (ବାଳିକା) ରହିଛି। କରୋନା ଆକ୍ରାନ୍ତ ୫୭ ଜଣ ଅନ୍ତେବାସିନୀମାନଙ୍କୁ ଯେତେବେଳେ ଚିକିତ୍ସା ପାଇଁ ରାମା ମେଡିକାଲ କଲେଜକୁ ପଠାଗଲା ସେଠାରେ ୨ ଜଣ ୧୭ ବର୍ଷୀୟ ବାଳିକା ଗର୍ଭବତୀ ଥିବା ବିଷୟ ପଦାକୁ ଆସିଛି। ଗର୍ଭବତୀ ହୋଇଥିବା ଜଣେ ନାବାଳିକା ଏଚଆଇଭି ଓ ଅନ୍ୟ ଜ‌ଣେ ହେପାଟାଇଟିସ ସିରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହାପରେ ଗର୍ଭବତୀ ହୋଇଥିବା ୨ ନାବାଳିକାଙ୍କୁ ସେଠାରୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ଏହି ଦୁଇ ନାବାଳିକା କରୋନା ସହିତ ଏଚଆଇଭି ଓ ହେପାଟାଇଟିସ ସିରେ ପୀଡ଼ିତ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ଚିନ୍ତିତ ହୋଇପଡ଼ିଛି।

ଅନ୍ତେବାସିନୀମାନେ କରୋନାରେ ସଂକ୍ରମତି ହୋଇଥିବା ଜଣାପଡ଼ିବା ପରେ ରାଜକୀୟ ବାଳିକା ଗୃହକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରି ଦିଆଯାଇଛି। ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମଧ୍ୟ କ୍ବାରାଣ୍ଟାଇନରେ ରଖାଯାଇଛି। ଗର୍ଭବତୀ ହୋଇଥିବା ଦୁଇ ନାବାଳିକାଙ୍କ ଅତୀତ ଇତିହାସ ଡାକ୍ତରଙ୍କ ପାଖରେ ନାହିଁ। ବାଳିକା ଗୃହକୁ ସିଲ୍ କରାଯାଇଥିବାରୁ ଅନ୍ତେବାସିନୀମାନଙ୍କ କାଗଜପତ୍ର ସବୁ ସେଠାରେ ରହିଯାଇଛି। ତେଣୁ ଏହି ଦୁଇ ଜଣ ନାବାଳିକା କେବେ ବାଳିକା ଗୃହକୁ ଆସିଲେ ଏବଂ କେବେ ଗର୍ଭବତୀ ହେଲେ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର