ନିର୍ବାଚନ ଆୟୋଗର ସୁପାରିଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ‘ଆପ୍‌’ର ୨୦ଜଣ ବିଧାୟକ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ଲାଭଜନକ ପଦବିରେ ଥିବା ମାମଲାରେ ନିର୍ବାଚନ ଆୟୋଗର ସୁପାରିଶକୁ ରବିବାର ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଚଳ କୁମାର ଜ୍ୟୋତି ଆମ ଆଦମୀ ପାର୍ଟିର ୨୦ ଜଣ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁରୀ ପାଇଁ ସୁପାରିଶ କରିଥିଲେ। ନିର୍ବାଚନ ଆୟୋଗ ୨୦ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିଶ କରିଥିଲେ।

ମୁଖ୍ୟ ନିର୍ବାଚନ ଆୟୋଗ ଅଚଳ କୁମାର ଜ୍ୟୋତି ଅବସର ନେବା ପୂର୍ବରୁ ସମସ୍ତ ପୁରୁଣା ମାମଲାଗୁଡ଼ିକ ଶେଷ କରିବାକୁ ଚାହୁଁଛନ୍ତି। ଏଥି ପାଇଁ ଆୟୋଗ ଯଥାଶୀଘ୍ର ପୁରୁଣା ମାମଲାକୁ ଶେଷ କରିବାକୁ ଚାହୁଁଛି। ସେ ଆଗାମୀ ଜାନୁଆରି ୨୨ରେ ଅବସର ନେବେ। କିନ୍ତୁ କ୍ଷମତାଶାଳୀ ଦଳର କହିବା ଅନୁସାରେ ନିର୍ବାଚନ ଆୟୋଗ ଏହାର ନିଷ୍ପତ୍ତି ନେଇ ପାରିବ ନାହିଁ। ଏହାର ନିଷ୍ପତ୍ତି ଅଦାଲତରେ ହେବା ଦରକାର।

ଆପ୍‌ର ସରକାର ୨୦୧୫ ମାର୍ଚ୍ଚରେ ୨୧ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ପଦରେ ନିଯୁକ୍ତି ଦେଇିଥିଲା। ଏହା ପରେ ପ୍ରଶାନ୍ତ ପଟେଲ ନାମରେ ଜଣେ ଆଇନଜୀବୀ ଲାଭର ପଦ କରି ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ଅଭିଯୋଗରେ ସେ ବିଧାୟକଙ୍କ ସଦସ୍ୟତା ଶେଷ କରିବାକୁ ଦାବି କରିଥିଲେ। କିନ୍ତୁ ବିଧାୟକ ଜନରୈଲ ସିଂହ ଗତ ବର୍ଷ ବିଧାନସଭାରୁ ଇସ୍ତଫା ଦେବା ପରେ ଏହି ମାମଲରେ ବର୍ତମାନ ୨୦ଜଣ ବିଧାୟକଙ୍କ ନାମ ରହିଛି।

ଏହି ମାମଲାରେ ଅଭିଯୋଗ କରିଥିବା ପ୍ରଶାନ୍ତ ପଟେଲ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ଯେ, ୨୦ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବ। ସେ କହିଛନ୍ତି, ମୁଁ ଏହି ମାମଲା ୨୦୧୫ରେ ଉଠାଇ ଥିଲି। ପୁରା ଘଟଣାକୁ ଦେଖିବା ପରେ ଲାଗୁଛି ଯେ, ଏହି ବିଧାୟକଙ୍କ ସଦସ୍ୟତା ଚାଲିଯିବ। ନିର୍ବାଚନ ଆୟୋଗ ନିଜର ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବ। ଏଥିରେ ରାଷ୍ଟ୍ରପତି ନିଜର ମତ ରଖିବେ।

ସମ୍ବନ୍ଧିତ ଖବର