ଝାଡଖଣ୍ଡରେ ଏନକାଉଣ୍ଟର : ତିନିଜଣ ନକ୍ସଲଙ୍କର ପ୍ରାଣହାନି , ଜଣେ ସିଆରପିଏଫ ଯବାନ ସହିଦ

ରାଞ୍ଚି: ଝାଡଖଣ୍ଡ ବେଲଭାଘାଟ ଜଙ୍ଗଲରେ ତିନିଜଣ ନକ୍ସଲଙ୍କର ପୁଲିସ୍ ଏନକାଉଣ୍ଟରରେ ପ୍ରାଣହାନି ଘଟିଥିବା ଜଣାଯାଇଛି। ତେବେ ଏହି ଏନକାଉଣ୍ଟରରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ଜଣାଯାଇଛି ।
ସେମାନଙ୍କ ପାଖରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହା ପୁଲିସର ଏକ ବଡ ଧରଣର ସଫଳତା ବୋଲି ବି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ବେଲଭାଘାଟରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇବାମାତ୍ରେ ସିଆରପିଏଫ ୭ମ ବାଟାଲିୟନ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଯବାନ ମାନଙ୍କୁ ଦେଖିବା ପରେ ନକ୍ସଲମାନେ ପ୍ରଥମେ ଗୁଳିଚାଳନା କରିଥିଲେ ।

ଏହାପରେ ଯବାନମାନେ ସଙ୍ଗେସଙ୍ଗେ ଗୁଳିଚାଳନା କରିଥିଲେ। ଏହି ସମୟରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲା । ଏଥିରେ ଭୟଭୀତ ହୋଇ ନକ୍ସଲମାନେ ପଳାୟନ କରିଥିଲେ । ତେବେ ୩ଜଣ ନକ୍ସଲ ପୁଲିସର ଗୁଳିମାଡ଼ରେ ପ୍ରାଣ ହରାଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଗୋଟିଏ ଏ କେ୪୭ ରାଇଫଲ, ୩ଟି ମାଗାଜିନ ଏବଂ ୪ଟି ବୋମା ଉଦ୍ଧାର କରାଯାଇଛି ।

ସମ୍ବନ୍ଧିତ ଖବର