ମେ’ରେ ଦୈନିକ ୩୨ ମୃତ୍ୟୁ ଦେଖିଛି ମୁମ୍ବାଇ

ମୁମ୍ବାଇ: କେବଳ ମେ’ ମାସରେ କରୋନା ଭୂତାଣୁ ଯୋଗୁଁ ମୁମ୍ବାଇରେ ପ୍ରତିଦିନ ହାରାହାରି ୩୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ପ୍ରତିଦିନ ୧ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଏପ୍ରିଲ ମାସ ଅପେକ୍ଷା ମେ’ରେ କରୋନା ସଂକ୍ରମଣ ଅଧିକ ବଢ଼ିଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି। ତେବେ ସଂକ୍ରମଣ କ‌ାଳେ ଆହୁରି ଅଧିକ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଭୟ କରୁଛନ୍ତି। ଏପ୍ରିଲ ଏବଂ ମେ’ ମାସ‌ରେ ମୁମ୍ବାଇରେ କରୋନା ମୃତ୍ୟୁ ୨୫୦ ପ୍ରତିଶତ ବଢ଼ିଛି।

ଏପ୍ରିଲରେ ଦିନକୁ ହାରାହାରି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ମାସରେ ମୁମ୍ବାଇରେ ମୋଟ୍‌ ମୃତ୍ୟୁସଂଖ୍ୟା ୨୮୧ ଥିଲା କିନ୍ତୁ ମେ’ରେ ଏହା ୯୮୯କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମଣ ମାମଲା ମଧ୍ୟ ୪ ଗୁଣା ବଢ଼ିଛି। ଏପ୍ରିଲ୍‌ରେ ମୁମ୍ବାଇରେ ମୋଟ୍‌ ସଂକ୍ରମଣ ମାମଲା ୬, ୧୯୦ ଥିବାବେଳେ ମେ’ରେ ଏହା ୩୨ ହଜାର ୬୨୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମାର୍ଚ୍ଚ ମାସରେ ମୁମ୍ବାଇରେ ୧୫୧ ମାମଲା ଚିହ୍ନଟ ହୋଇଥିଲା। ମୁମ୍ବାଇର ମୋଟ ମାମଲା ୪୧ ହଜାର ଟପିଯାଇଛି ଏବଂ ୧୩୧୯ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର