ଯୋଗର ବାର୍ତ୍ତା ପ୍ରସାରରେ ମିଡିଆର ଅବଦାନକୁ ମାନ୍ୟତା ଦେବା ପାଇଁ ୩୩ଟି ପୁରସ୍କାର

ଭୁବନେଶ୍ବର : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି। ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୩ ଅଧୀନରେ ତେତିଶ ଜଣଙ୍କୁ ତିନିଟି ଶ୍ରେଣୀ ଅଧୀନରେ ଅର୍ଥାତ୍ ପ୍ରିଣ୍ଟ୍‌, ଟେଲିଭିଜନ୍ ଏବଂ ରେଡିଓ କ୍ଷେତ୍ରରେ ବାଇଶିଟି ଭାରତୀୟ ଭାଷା ତଥା ଇଂରାଜୀ ଭାଷାରେ ପ୍ରଦାନ କରାଯିବ। ଖବରକାଗଜରେ ଯୋଗର ଶ୍ରେଷ୍ଠ ଖବର ପ୍ରକାଶନ ଶ୍ରେଣୀ ଅଧୀନରେ ୧୧ ଜଣଙ୍କୁ, ବୈଦ୍ୟୁତିକ ଗଣମାଧ୍ୟମ (ଟିଭି) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ ଶ୍ରେଣୀରେ ୧୧ ଜଣଙ୍କୁ ଏବଂ ବୈଦ୍ୟୁତିକ ଗଣମାଧ୍ୟମ (ରେଡିଓ) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ ଶ୍ରେଣୀରେ ୧୧ ଜଣଙ୍କୁ ସମ୍ମାନ ପ୍ରଦାନ କରାଯିବ। ୨୦୨୩ ବର୍ଷ ପାଇଁ ପୁରସ୍କାର ଘୋଷଣା କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ପ୍ରତି ବର୍ଷ ଜୁନ୍ ୨୧ ରେ ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ଏକ ଜନ ଆନ୍ଦୋଳନ ସୃଷ୍ଟି କରିଛି।

ଭାରତରେ ତଥା ସମଗ୍ର ବିଶ୍ୱରେ ଯୋଗର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମନ୍ତ୍ରୀ ଶ୍ରୀ ଠାକୁର ଗଣମାଧ୍ୟମକୁ କୃତଜ୍ଞତା ଜଣାଇଛନ୍ତି। ଏକ ସ୍ୱାଧୀନ ଖଣ୍ଡପୀଠ ଦ୍ୱାରା ସମ୍ମାନ ସୁପାରିସ କରାଯିବ । ସମ୍ମାନରେ ଏକ ସ୍ୱତନ୍ତ୍ର ମିଡିଆ / ପ୍ଲାକ୍ / ଟ୍ରଫି ଏବଂ ଏକ ପ୍ରଶସ୍ତି ପତ୍ର ସାମିଲ୍ ହେବ। ନିର୍ଦ୍ଦେଶନାମା ଅନୁଯାୟୀ ମିଡିଆ ହାଉସ୍ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସବିଶେଷ ତଥ୍ୟ ଦାଖଲ କରିବା ସହିତ ସେମାନେ ପ୍ରସ୍ତୁତ କରିଥିବା ଏବଂ ପ୍ରକାଶିତ କରିଥିବା କିମ୍ବା ଅଡିଓ / ଭିଜୁଆଲ୍ ବିଷୟବସ୍ତୁ ଟେଲିକାଷ୍ଟ / ପ୍ରସାରଣର ଆବଶ୍ୟକୀୟ ତଥ୍ୟ ୧୦ ଜୁନ୍‌ରୁ ୨୫ ଜୁନ୍ ୨୦୨୩ ମଧ୍ୟରେ ପ୍ରସ୍ତୁତ କରିବେ । ପ୍ରବେଶ ନିମନ୍ତେ ଅନ୍ତିମ ଦିବସ ହେଉଛି ୧ ଜୁଲାଇ ୨୦୨୩ । ପ୍ରେସ ସୂଚନା ବ୍ୟୁରୋର ୱେବ୍‌ସାଇଟ୍ (https://pib.gov.in/indexd.aspx ) ଏବଂ ଆଇ ଆଣ୍ଡ ବି ମନ୍ତ୍ରଣାଳୟ ୱେବ୍‌ସାଇଟ୍ (https://mib.gov.in/) ରେ ସବିଶେଷ ନିର୍ଦ୍ଦେଶାବଳି ମିଳିପାରିବ।

ସମ୍ବନ୍ଧିତ ଖବର