ଘଞ୍ଚ ଜଙ୍ଗଲରେ ୩୬ଫୁଟ୍‌ର ତିମିକୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ଚିନ୍ତାରେ ଲୋକେ, ଏତେ ବଡ଼ ଜୀବ ଜଙ୍ଗଲଙ୍କୁ କେମିତି ଆସିଲା ନେଇ ଉଠିଥିବା ପ୍ରଶ୍ନର ମିଳିଲା ଉତ୍ତର

ନୂଆଦିଲ୍ଲୀ : ଆମାଜନ ଜଙ୍ଗଲରେ ୩୬ଫୁଟର ଏକ ତିମି ମାଛକୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି । ଗତ ଶୁକ୍ରବାର ଏହି ଦୃଶ୍ୟକୁ ସ୍ଥାନୀୟ ଲୋକେ ଦେଖିଥିବା ବେଳେ ଏତେ ବଡ଼ ଜୀବ ସମୁଦ୍ର ମଧ୍ୟରୁ ବାହାରକୁ କିପରି ଆସିଲା, ସେ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏବେ ଏହାର କାରଣ ସାମ୍ନାକୁ ଆସିଛି । ୧୦ଟନ୍‌ର ଏହି ତିମି ମାଛକୁ କେହି ଆଣି ଏଠାରେ ଫିଙ୍ଗିବା ଅସମ୍ଭବ ଲାଗୁଥିବା ବେଳେ ସମୁଦ୍ରର ବଡ଼ ଲହରୀ ଏହି ତିମିକୁ ଜଙ୍ଗଲକୁ ନେଇ ଆସିଥିବା ଆଶଙ୍କା କରାଯାଉଛି । ତିମିଟି ପାଣି ଭିତରେ ମରିଥିଲା କି ନାହଁ ସେ ନେଇ ଯାଞ୍ଚ ଚାଲିଥିବା ବେଳେ ଯାଞ୍ଚ ପରେ ସ୍ଥଳ ଭାଗକୁ ଆସିବା ପରେ ତିମିଟି ମୃତ୍ୟୁବରଣ କରିଥିବା କହିଛନ୍ତି ଯାଞ୍ଚ ଟିମ୍‌ ।

The Daily Mail

ସୂଚନା ମୁତାବକ, ୩୬ଫୁଟର ଏହି ତିମି ଆମାଜନ ଜଙ୍ଗଲର ଆରାରୁରା ସମୁଦ୍ର କୂଳରେ ଦେଖା ଯାଇଥିଲା । ସମୁଦ୍ରଠାରୁ ୧୫ମିଟର ଦୂରରେ ତିମିର ମୃତ ଦେହ ପଡ଼ିଥିବା ବେଳେ ତାହାର ମୁହଁ ସମୁଦ୍ର ଆଡ଼କୁ ରହିଥିବା ଦେଖାଯାଇଛି । ବିଶାଳକାୟ ତିମିର ମର ଶରୀର ଜଙ୍ଗଲରେ ପଡ଼ିଥିବା ନେଇ ଖବର ମିଳିବା ପରେ ଯାଞ୍ଚ ଟିମ୍‌ ସେଠାରେ ପହଞ୍ଚିଥିଲା । ତିମିଟି ୧୨ମାସର ଥିଲା ବୋଲି ଯାଞ୍ଚ ଟିମ୍‌ ଜାଣିବାକୁ ପାଇଥିଲେ । ସମୁଦ୍ରର ବଡ଼ ଲହରୀରେ ତିମିଟି ଭାସି ଆସି ଜଙ୍ଗଲରେ ପଡ଼ିବା ପରେ ସମଦୁଦ୍ରକୁ ଯାଇ ପାରି ନଥିଲା । ଯାହା ପରେ ପାଣି ଅଭାବରୁ ତିମିଟି ମୃତ୍ୟୁବରଣ କରିଥିବା ସ୍ପଷ୍ଟ କରିଛନ୍ତି ଯାଞ୍ଚ ଟିମ୍‌ ।

ସମ୍ବନ୍ଧିତ ଖବର