କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗୋଆକୁ ୪ଦିନ ଲକଡାଉନ କଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ପାଣାଜୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲଗା ଅଲଗା ରାଜ୍ୟ ଭିନ୍ନ ଭିନ୍ନ ଉପାୟରେ ଲକଡାଉନ୍ ଘୋଷଣା କରୁଛନ୍ତି । କେଉଁଠି ସପ୍ତାହାନ୍ତ ଲକଡାଉନ୍ ତ କେଉଁଠି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୭ ଟାରୁ ମେ ୩ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଆବଶ୍ୟକ ସେବା ଓ ଶିଳ୍ପ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କୁହାଯାଇଛି । ଅନ୍ୟପଟେ ସାର୍ବଜନୀନ ପରିବହନ ସେବା, ହୋଟେଲ ଓ ପବ୍ ବନ୍ଦ ରହିବ ବୋଲି କୁହାଯାଇଛି । ହେଲେ ଆବଶ୍ୟକୀୟ ସେବା ପାଇଁ ପରିବହନ ଖୋଲା ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

4-Day Strict Lockdown In Goa From Tomorrow As Covid Cases Spike
ndtv

କହିରଖୁ କି ଦେଶରେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୬୦ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାରରୁ ଅଧିକ ସଂକ୍ରମିତଙ୍କ ଜୀବନ ଯାଇଛି ।

ସମ୍ବନ୍ଧିତ ଖବର