୪ ମୁମ୍ବାଇ ପୁଲିସଙ୍କ କରୋନାରେ ମୃତ୍ୟୁ: ସୁସ୍ଥ ହୋଇ ଫେରିଲେ ୧୨୩୩, କାର୍ଯ୍ୟରେ ଯୋଗଦେଲେ

ମୁମ୍ବାଇ: କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ର ପୁଲିସ ବିଭାଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମହାରାଷ୍ଟ୍ର ପୁଲିସରେ ୩ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ବିଗତ ୪୮ ଘଣ୍ଟା‌ ମଧ୍ୟରେ ପୁଣି ୧୨୯ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ଗତ ୨୪ ଘଣ୍ଟା‌ ମଧ୍ୟରେ ମୁମ୍ବାଇ ପୁଲିସ ଏହାର ୪ ଜଣ ସଦସ୍ୟଙ୍କୁ ହରାଇଛି। ପୂର୍ବରୁ କ‌ରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ୪ ମୁମ୍ବାଇ ପୁଲିସଙ୍କର ଗତ ୨୪ ଘଣ୍ଟ‌ା‌ ମଧ୍ୟରେ ମୃତ୍ୟୁ ହୋଇଯାଇଛି। ମୁମ୍ବାଇ ପୁଲିସ ପକ୍ଷରୁ ଏନେଇ ଏକ ବିବୃତି ଜାରି କରି କୁହାଯାଇଛି। ତେବେ ଅନ୍ୟପକ୍ଷେ ଏକ ସକରାତ୍ମକ ବିଷୟ ହେଉଛି ଯେ ମୁମ୍ବାଇ ପୁଲିସର ୧୨୩୪ ଜଣ ସଦସ୍ୟ କରୋନାରୁ ସୁସ୍ଥ ହୋଇଥିବାବେଳେ ୩୩୪ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ଏହି ସୂଚନା ଦେଇଛନ୍ତି। ରାଜ୍ୟ ଗୃହ ମନ୍ତ୍ରୀ କହିଛନ୍ତି, ମହାମାରୀ ସମୟରେ କରୋନା ସହ ଲଢ଼ି ପ୍ରାଣ ହରାଇଥିବା ପୁଲିସଙ୍କ ପାଇଁ ସେ ଗର୍ବ ଅନୁଭବ କରୁଛନ୍ତି। ତେବେ ମହାରାଷ୍ଟ୍ର ପୁଲିସରେ ମୋଟ୍‌ ସଂକ୍ରମଣ ମାମଲା ୩,୩୩୮ରେ ପହଞ୍ଚିଛି। ଶୁକ୍ରବାର ଦିନ ମହାରାଷ୍ଟ୍ର ପୁଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ‌ଯେ, ରାଜ୍ୟରେ ସକ୍ରିୟ ମାମଲା ୧୩୮୮ ଥିବାବେଳେ ୧୯୪୫ ଜଣ କ‌ରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍‌ ୩୬ ଜଣ ମହାରାଷ୍ଟ୍ର ପୁଲିସ କ‌ରୋନାରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର