ଭାରତରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବଢିବା ଆଶଙ୍କା, ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫ ବ୍ୟକ୍ତି କରୋନା ପଜିଟିଭ୍

ବେଙ୍ଗାଲୁରୁ : ଭାରତରେ ଓମିକ୍ରନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । ଆଜି ଚିହ୍ନଟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୫ ଜଣ କରୋନା ପଜିଟିଭ ବାହାରିଛନ୍ତି । ତେବେ ସେମାନେ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି କି ନା, ତାହା ଜିନୋମ ସିକ୍ବେନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ଏହି ୫ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ।

ଆହୁରି ଚିନ୍ତାଜନକ ବିଷୟ ହେଉଛି, ବେଙ୍ଗାଲୁରୁରେ ଚିହ୍ନଟ ୨ୟ ଓମିକ୍ରନ ଆକ୍ରାନ୍ତଙ୍କ କୌଣସି ଯାତ୍ରା ଇତିହାସ ନାହିଁ । ଅର୍ଥାତ୍ ସେ ନିକଟ ଅତୀତରେ ବିଦେଶ ଯାତ୍ରା କରିନଥିଲେ । ସେ କିପରି ଆକ୍ରାନ୍ତ ହେଲେ ତାହା ସମସ୍ତଙ୍କୁ ସଂଦେହରେ ପକାଇଛି । ଏଣୁ ସେ ସ୍ଥାନୀୟଭାବେ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି ।

ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଭାରତରେ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ପ୍ରଥମ ମାମଲା ବୋଲି ଜଣାପଡ଼ିଛି । ହୁର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶିକା ଡ.ପୁନମ କ୍ଷେତ୍ରପାଳ କହିଛନ୍ତି ଯେ ଭାରତରେ ଓମିକ୍ରନ ଚିହ୍ନଟ ହେବା ଆଦୌ ଅପ୍ରତ୍ୟାଶିତ ନଥିଲା । ଆମେ ଆଜିକାଲି ଏକ ପରସ୍ପର ସହ ସଂଯୁକ୍ତ ଏକ ବିଶ୍ବରେ ରହୁଛୁ ।

ସମ୍ବନ୍ଧିତ ଖବର