ରୁଷୀୟ ବିମାନରେ ଗଲା ୫୦ ଟନ୍‌ ଔଷଧ

ହାଇଦ୍ରାବାଦ: ପ୍ରଥମ କରି ଏଠାରୁ ମସ୍କୋକୁ ରୁଷିଆର ଏକ ମାଲବାହୀ ବିମାନ ୫୦ ଟନ୍‌ ପରିମାଣର ଔଷଧ ଓ ଇଂଜେକ୍ସନ୍‌ ବୋଝେଇ କରି ଉଡ଼ାଣ କରିଛି। ଏଇରୋଫ୍ଲଟ୍‌ ଏୟାରଲାଇନ୍ସର ଏଇ ବିମାନଟି ସ୍ଥାନୀୟ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୂର୍ବାହ୍ଣ ୧୧ଟା ୧୭ ମିନିଟ୍‌ରେ ମଙ୍ଗଳବାର ବାହାରି ବୁଧବାର ମଧ୍ୟରାତ୍ର ୧୨ଟା ୩ରେ ମସ୍କୋରେ ଅବତରଣ କରିଛି। ହାଇଦ୍ରାବାଦ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରଥମ କରି ଏକ ରୁଷୀୟ ବି-୭୭୭ ଯାତ୍ରୀ ବିମାନ, କାର୍ଗୋ ବିମାନ ରୂପେ ଏତେ ପରିମାଣର ଔଷଧାଦି ଭାରତରୁ କିଣିକରି ନେଇଛି। ଏଥିରେ ୨୦ ପ୍ରକାରର ଔଷଧ ସମେତ ଟିକା ରହିଛି। ନିକଟରେ ହାଇଦ୍ରାବାଦ ବିମାନବନ୍ଦରରେ ଏକ ଇଥିଓପୀୟ ମାଲବାହୀ ବିମାନ ମଧ୍ୟ ମାଲ ନେଇ ଉଡ଼ାଣ କରିଥିଲା। କୋଭିଡ୍‌-୧୯ ଲକ୍‌ଡାଉନ୍‌ କାଳରେ ବିଭିନ୍ନ ରିଲିଫ୍‌ ସାମଗ୍ରୀ ସମେତ ଔଷଧ, ଇଂଜିନିୟରିଂ, ସୂଚନାପ୍ରଯୁକ୍ତି, ଏରୋସ୍ପେସ୍‌ ଓ ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କାରବାର ହେଉଥିବା ବେଳେ ଏଇ ତାରିଖ ସୁଦ୍ଧା ଏହି ବିମାନବନ୍ଦର ୫,୫୦୦ ଟନ୍‌ର କାର୍ଗୋ କାରବାର କରିସାରିଲାଣି।

ସମ୍ବନ୍ଧିତ ଖବର