ଇନ୍ଦୋରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୬ ମୃତ, ୫ ଗୁରୁତର

ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ ଆଜି ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦୋର ସହରର ତେଜାଜି ନଗର ଅଞ୍ଚଳରେ ଦ୍ରୁତ ଗତିରେ ଯାଉଥିବା ୨ଟି କାର ମଧ୍ୟରେ ମଙ୍ଗଳବାର ଭୋର ସମୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏହାଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ଦୁଇଟ କାର୍ ନିଜ ନିଜ ରାସ୍ତାରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ସଂପର୍କୀତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।ଏହାପରେ ପୁଲିସ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ କାର ଭିତରୁ ମୃତଦେହ ଉଦ୍ଧାର କରିଥିଲେ। ଏଥିଲାଗି କର ଦୁଇଟିକୁ କାଟିବାକୁ ପଡ଼ିଥିଲା। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସେହିଭଳି ପୁଲିସ ଗୁରୁତରଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର