ଅତଡ଼ା ଧସି ୭ ମୃତ

ଡେରାଡ଼ୁନ୍‌ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ-ଗୌରୀକୁଣ୍ଡ ରାଜପଥର ବନ୍‌ସୱାଡ଼ା ନିକଟରେ ଆଜି ଅତଡ଼ା ଧସି ୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଅତଡ଼ା ଧସିବାରୁ ମାଟି ତଳେ ୧୦ ଜଣ ପୋତି ହୋଇ ଯାଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କେବଳ ୩ ଜଣଙ୍କୁ ହିଁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇ ପାରିଛି।

ସମ୍ବନ୍ଧିତ ଖବର