ଭୁଶୁଡିଲା ଚୂନ ଖାଦାନ, ୭ ଜଣ ଶ୍ରମିକଙ୍କର ମୃତ୍ୟୁ

ଜଗଦଲପୁର: ଛତିଶଗଡ଼ର ଜଗଦଲପୁରରେ ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି | ଛତିଶଗଡର ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଆଜି ଏକ ଚୂନ ପଥର ଖାଦାନ ଭୁଶୁଡ଼ିଯାଇଛି | ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମୃତକଙ୍କ ମଧ୍ୟରେ ୦୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି | ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ମେଡିକାଲ ନେବାବେଳେ ଦୁଇ ଜଣକର ମୃତ୍ୟୁ ହୋଇଥିଲା |

ତେବେ ତାଜା ସୂଚନା ମୁତାବକ ଏବେ ବି ୧୦ ଜଣ ଫସିରହିଛନ୍ତି | ଘଟଣାସ୍ଥଳରେ ପୁଲିସ ଏବଂ ତହସିଲଦାର ପହଂଚିଥିବାବେଳେ ବାସ୍ତବରେ ଖାଦାନରେ କେତେ ଲୋକ ପ୍ରବେଶ କରିଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ଘଟଣାସ୍ଥଳରେ ଏସଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି |

ସମ୍ବନ୍ଧିତ ଖବର