ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପାଞ୍ଚଟି ନିବେଦନ

ନୂଆଦିଲ୍ଲୀ: ଦେଶ ସମ୍ମୁଖୀନ ହେଉଥିବା ଆହ୍ଵାନର ମୁକାବିଲା କରିବାକୁ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଡ଼ହସ୍ତରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେ ନିବେଦନ କରିଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ପାଞ୍ଚୋଟି ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି।

ସମଗ୍ର ଦେଶରେ ଡିଜିଟାଲ୍‌ ପେମେଣ୍ଟ୍‌ର ଆହୁରି ବ୍ୟାପକ କରାଇବାକୁ ନିବେଦନ କରି ସେ କହିଛନ୍ତି ଯେ ଡିଜିଟାଲ୍‌ ପେମେଣ୍ଟ୍‌କୁ ହଁ କୁହନ୍ତୁ, ନଗଦ ପେମେଣ୍ଟ୍‌କୁ ନା।

ଭାରତକୁ ପ୍ଲାଷ୍ଟିକ୍‌ମୁକ୍ତ କରାଇବା ପ୍ରସଙ୍ଗରେ ସେ କହିଲେ କି, ଚାଲନ୍ତୁ, ଭାରତକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା। ପ୍ଲାଷ୍ଟିକ୍‌ ମୁଣା ବ୍ୟବହାର କରିବାକୁ ଦୋକାନୀମାନଙ୍କୁ ନିବେଦନ କରୁଛି। ‘ମେଡ୍‌ ଇନ୍‌ ଇଣ୍ଡିଆ’ ଉତ୍ପାଦନ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି।

Image Source: Times of India

ଭାରତ ପର୍ଯ୍ୟଟନର ନାଭିଚକ୍ର ହୋଇପାରିବ। ମୁଁ ଜାଣେ ଛୁଟିଦିନରେ ଲୋକେ ବିଦେଶକୁ ଯାଉଛନ୍ତି, କିନ୍ତୁ ୨୦୨୨ରେ ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳକୁ ଆମେ ଭାରତ ମଧ୍ୟରେ ଅନ୍ୟୂନ ୧୫ଟି ସ୍ଥାନ ପର୍ଯ୍ୟଟନ କରିଥିବା କଥା ଚିନ୍ତା କରିବା କି? ସଂସ୍କୃତି ସଂରକ୍ଷଣ କରିବା ଗୁରୁତ୍ୱପୂର୍ଣ୍ଣ କଥା।

ଜନସଂଖ୍ୟା ଉପରେ ଗୁରୁତ୍ୱ ଦେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଜନସଂଖ୍ୟା ବିସ୍ଫୋରଣ ସଂକ୍ରାନ୍ତରେ ଅଧିକ ବିତର୍କ ଏବଂ ସଚେତନତା ଆବଶ୍ୟକ। ଆମେ ଚିନ୍ତା କରିବା ଉଚିତ- ଆମ ପିଲାମାନଙ୍କର ଆକାଂକ୍ଷାକୁ ଆମେ ନ୍ୟାୟ ଦେଇ ପାରୁଛୁ ତ।

ରାସାୟନିକ ସାର ବ୍ୟବହାର କମାଇ ବିଶ୍ୱମାତୃକାକୁ ରକ୍ଷା କରିବାକୁ ସେ ଦେଶବାସୀଙ୍କୁ କହିଛନ୍ତି। ରାସାୟନିକ ସାର ବ୍ୟବହାର ୩୦-୪୦% କମାଇବାକୁ ସେ କୃଷକମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର