ଖାତକୁ ଟ୍ରାକ୍ଟର ଖସି ୮ ମୃତ, ୨୬ ଆହତ

ନୂଆଦିଲ୍ଲୀ: ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ସୋମବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ୩୪ ଜଣଙ୍କୁ ନେଇ ସଂକୀର୍ଣ୍ଣ ପାହାଡିଆ ରାସ୍ତାରେ ଆସୁଥିବାବେଳେ ଖାତକୁ ଖସିପଡିବାରୁ ୮ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ୨୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ମହିଳା ଥିବାବେଳେ ଦୁଇଜଣ ଛୋଟ ପିଲା ଅଛନ୍ତି। ଗୁରୁତରମାନଙ୍କୁ ଝୁନଝୁନୁ ଓ ସିକର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝୁନଝୁନୁ ଜିଲ୍ଲାପାଳ ଖୁସାଲ ୟାଦବ କହିଛନ୍ତି ଯେ, ଏକ ପାହାଡ ଉପରେ ଥିବା ମାନସା ମାତା ମନ୍ଦିରରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା।

ସେଠାକୁ ଏକ ଟ୍ରାକ୍ଟରର ଟ୍ରଲିରେ ବସି ୩୪ଜଣ ଯାଇଥିଲେ। ସେଠାରୁ ପାହାଡିଆ ରାସ୍ତାରେ ଫେରୁଥିବାବେଳେ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ସମସ୍ତ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ର ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଧା ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ଉଦୟପୁରୱାଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗୁରୁତରମାନଙ୍କ ସହିତ ମିଶି ସେମାନଙ୍କ ଆରୋଗ୍ୟ କାମନା କରିଥିଲେ।

ସମ୍ବନ୍ଧିତ ଖବର