ବିଗତ ୨୪ ଘଣ୍ଟା ମଧ୍ୟରେ ୩ ଏନ୍‌କାଉଣ୍ଟର, ୮ ଆତଙ୍କବାଦୀ ନିହତ: ପୁଲିସ ଆଇଜି ପାଣି

ଶ୍ରୀନଗର: ବିଗତ ୨୪ ଘଣ୍ଟା ମଧ୍ୟରେ ଏନ୍‌କାଉଣ୍ଟରରେ ୮ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି ବୋଲି ପୁଲିସ ଆଇଜି ଏସ୍‌ପି ପାଣି ଶୁକ୍ରବାର କହିଛନ୍ତି। ଏହି ସମୟ ମଧ୍ୟରେ ଜମ୍ମୁ କଶ୍ମୀରର ୩ଟି ସ୍ଥାନରେ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ଉପରକୁ ଏନ୍‌କାଉଣ୍ଟର କରିଛନ୍ତି। ଆଠ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୬ ଜଣଙ୍କ ଜଣାଶୁଣା ୨ଟି ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତଇବା’ ଏବଂ ‘ହିଜବୁଲ ମୁଜାହୀଦିନ’ ସହିତ ସଂପର୍କ ଥିଲା ବୋଲି ପାଣି କହିଛନ୍ତି।

ଆଜି ପାଣି କହିଛନ୍ତି, ଆତଙ୍କବାଦୀଙ୍କ ସଂପର୍କରେ ସୂଚନା ମିଳିବା ପରେ ଗୁରବାର ସେନା ପକ୍ଷରୁ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଏନ୍‌କାଉଣ୍ଟର କରାଯାଇଥିଲା। ପ୍ରଥମ ଏନ୍‌କାଉଣ୍ଟର ବାରମୂଳାରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏମାନେ ଲସ୍କର-ଏ-ତଇବା ସହିତ ସଂପର୍କରେ ଥିଲେ।

ଦ୍ୱିତୀୟ ଏନ୍‌କାଉଣ୍ଟର ଅନନ୍ତନାଗ ଜିଲ୍ଲାର ଆରଓ୍ଵାନୀ ଠାରେ ହୋଇଥିଲା, ଯେଉଁଠାରେ ହିଜବୁଲ-ମୁଜାହିଦୀନର ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ସୋପିଆ ଏନ୍‌କାଉଣ୍ଟରେ ସେନା ପକ୍ଷରୁ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା। ଏନ୍‌କାଉଣ୍ଟର ସ୍ଥଳକୁ ନ ଯିବା ପାଇଁ ସାଧାରଣ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର