୮୫ ଭାରତୀୟଙ୍କୁ ଧରି କାବୁଲରୁ ବାହାରିଲା ବାୟୁସେନାର ସି-୧୩୦ ବିମାନ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଯେଭଳି ସ୍ଥିତି ଦେଖା ଦେଇଛି ତାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଆଫଗାନିସ୍ତାନରେ ରହୁଥିବା ଅନ୍ୟ ଦେଶର ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଭାରତୀୟ ବାୟୁସେନାର ଏକ ବିମାନ କାବୁଲ ବିମାନବନ୍ଦରରୁ ୮୫ ଜଣ ଭାରତୀୟଙ୍କୁ ଧରି ସ୍ୱଦେଶ ଫେରୁଛି । ଜାତୀୟ ଗଣମାଧ୍ୟମର ସୂତ୍ର ମୁତାବକ ଭାରତୀୟ ବାୟୁସେନାର ସି-୧୩୦ ବିମାନ ଏବେ ଇନ୍ଧନ ଭରିବାକୁ ତାକିକିସ୍ତାନରେ ଓହ୍ଲାଇଛି ।

ଗଣମାଧ୍ୟମ ସୂଚନା ମୁତାବକ ଆଫଗାନିସ୍ତାନରେ ପାଖାପାଖି ୪୫୦ ଜଣ ଭାରତୀୟ ଏବେ ବି ଫଶି ରହିଛନ୍ତି । ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ଆମେରିକୀୟ ଦୂତାବାସ ସହିତ ମିଶି କାମ କରୁଛି ।

As Taliban take over Afghanistan, Air Force's C-130J aircraft takes off from Kabul with over 85 Indians on board
Free Press Journal

ଉଲ୍ଲେଖଯୋଗ୍ୟ, ତାଲିବାନ ଏବେ ଆଫଗାନିସ୍ତାନରେ ଦମନ ଲୀଳା ଚଳାଇଛି । ଦଖଲ ପରେ ସେଠାରେ ହିଂସା ଭିଆଇବ ନାହିଁ ବୋଲି ବିଶ୍ୱ ସମୁଦାୟକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ କିନ୍ତୁ ସେଠି ରହୁଥିବା ଲୋକଙ୍କୁ ଗୁଳି ମାରି ହତ୍ୟା କରୁଛି । ଆଫଗାନବାସୀଙ୍କୁ ବାହାର ଦେଶକୁ ଯିବାର ସୁଯୋଗ ଦେଉ ନାହିଁ ।

Times Now

ଏଭଳି ପରିସ୍ଥିତିରେ ମଉନ ବ୍ରତ କରିଛି ଜାତିସଂଘ । ମାତ୍ର କେତେଜଣ ମୁଷ୍ଟିମେୟ ଲୋକ ଏଭଳି ଅମାନବିକ କାର୍ଯ୍ୟ କରି ଚାଲିଥିବା ବେଳେ ନା ଜାତିସଂଘ ନା ବିଶ୍ୱରେ ନିଜକୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଡେଙ୍ଗୁରା ପିଟୁଥିବା କିଛି ତଥା କଥିତ ଦେଶ, କେହି ବି ମାନବିକ ଅଧିକାର ଆଧାରରେ ତାଲିବାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ପଦକ୍ଷେପ ନେଉ ନାହାନ୍ତି ।

 

ସମ୍ବନ୍ଧିତ ଖବର