ପ୍ରବାସୀ ଗର୍ଭବତୀଙ୍କ ୯୦୦କିମି ପଦଯାତ୍ରା, ରାସ୍ତାରେ କନ୍ୟା ସନ୍ତାନ ଜନ୍ମଦେଲେ

ପାଟ୍‌ନା: ଜଣେ ୨୮ ବର୍ଷୀୟ ଗର୍ଭବତୀ ପ୍ରବାସୀ ମହିଳା ୯୦୦ କିମି ପାଦରେ ଚାଲିବା ପରେ ଏକ ଝିଅକୁ ଜନ୍ମ ଦେଇଛନ୍ତି। ନୋଏଡ଼ାରୁ ଉତ୍ତରପ୍ରଦେଶ-ବିହାର ସୀମାବର୍ତ୍ତୀ ଗୋପାଲଗଂଜ ଯାଉଥିବା ବେଳେ ରେଖା ଦେବୀ ନାମ୍ନୀ ଏହି ମହିଳା ଗୁରୁବାର ଅପରାହ୍ଣରେ ଭୀଷଣ ପ୍ରସବ ଯନ୍ତ୍ରଣା ପାଇ ପଡ଼ିଯାଇଥିଲେ। ଗୋପାଲଗଂଜ ପର୍ଯ୍ୟନ୍ତ ଯିବାକୁ ସେମାନେ ଟ୍ରକ୍‌ ପଛରେ ବି ଚଢ଼ିଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କ ସ୍ୱାମୀ ସଂଦୀପ ଯାଦବ ସହାୟତା ଲୋଡ଼ିବାର କିଛି ସମୟ ପରେ ଏକ ଆମ୍ବୁଲାନ୍ସ ଆସି ରେଖାଙ୍କୁ ଗୋପାଲଗଂଜ ସଦର ହସପିଟାଲରେ ଭର୍ତ୍ତି କରିଥିଲା ଏବଂ ସେଇଠି ସେ ନିଜର ତୃତୀୟ ପୁତ୍ରୀକୁ ଜନ୍ମ ଦେଇଥିଲେ। ଝିଅଟିର ନାମ ସୃଷ୍ଟି ରଖାଯାଇଥିବା ବେଳେ ଗତକାଲି ଦିନ ସାରା ସେ ଭେଣ୍ଟିଲେଟରରେ ରହିଥିଲା।

ସମ୍ବନ୍ଧିତ ଖବର