ଏ ବର୍ଷ ଦଶହରା ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ , ଶନିବାରଠାରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଗତ କିଛିଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଗୁରୁତରଭାବେ ପ୍ରଭାବିତ ହୋଇଛି । ଅନେକ ସହର ଜଳମଗ୍ନ ହୋଇଛି । ତେବେ ଯଦି ଭାବୁଛନ୍ତି ଯେ ବର୍ଷାଛାଡିଗଲା ବୋଲି, ଅପେକ୍ଷା କରନ୍ତୁ ଆଗକୁ ଆଉ ଏକ ବଡ଼ ବର୍ଷା ଆସୁଛି । ଶନିବାର ଅର୍ଥାତ ସେପ୍ଟେମ୍ବର ୨୮ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏହା ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପୂର୍ବଭାରତ ଓ ବାଂଲାଦେଶରେ ୨୮ ତାରିଖ ପରଠାରୁ ପ୍ରବଳ ବର୍ଷା ହୋଇପାରେ ବୋଲି ବେସରକାରୀ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି । ସ୍କାଏମେଟ ରିପୋର୍ଟ ଆହୁରି ମଧ୍ୟ ଅନୁମାନ ଲଗାଇଛି ଯେ ନିକଟ ଭବିଷ୍ୟତରେ ବର୍ଷାଛାଡିବାର ସମ୍ଭାବନା କମ । ଅକ୍ଟୋବର ୨ୟ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି । ଏପରି ହେଲେ ଏବର୍ଷ ଦଶହରା ପର୍ବ ଫିକାପଡିବାର ଆଶଙ୍କା ରହିଛି । କେବଳ ବଙ୍ଗୋପସାଗର ନୁହେଁ, ଆରବ ସାଗରରେ ସୃଷ୍ଟି ହୋଇଥିବା ହିକ୍କା ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି ।

ସମ୍ବନ୍ଧିତ ଖବର