ଆଫଗାନିସ୍ତାନ ଯୁଦ୍ଧ : ୨୦ ବର୍ଷରେ ୨୪୦୦ ଆମେରିକୀୟ ସୈନ୍ୟ ମୃତ, ୨.୩ ଲକ୍ଷ କୋଟି ଡଲାର ବ୍ୟୟ

ଲକ୍ଷାଧିକ ଆଫଗାନ ସେନା ଓ ସାଧାରଣ ନାଗରିକ ମୃତ

କାବୁଲ : ଅଗଷ୍ଟ ୩୦ରେ କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆମେରିକୀୟ ସି-୧୭ ବିମାନ ଶେଷ ଥର ପାଇଁ ଉଡ଼ାଣ ଆରମ୍ଭ କରିବା ସହ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଛି । ଏହା ସହିତ ବିଦେଶ ମାଟିରେ ଆମେରିକାର ସବୁଠାରୁ ଲମ୍ବା ଯୁଦ୍ଧର ପରିସମାପ୍ତି ହୋଇଛି ।

ଗତ ୨୦୦୧ରେ ଆଫଗାନିସ୍ତାନ ଉପରେ ଆମେରିକାର ଆକ୍ରମଣ ସହ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଦୀର୍ଘ ୨୦ ବର୍ଷ ପରେ ଶେଷ ହୋଇଛି । ଏହି ୨୦ ବର୍ଷରେ ଆଫଗାନିସ୍ତାନ ମାଟିରେ ମୋଟ ୨୪୦୦ ଆମେରିକୀୟ ସୈନ୍ୟ ଓ ୩୮୪୬ ଆମେରିକୀୟ ମିଲିଟାରି କଣ୍ଟ୍ରାକ୍ଟର ନିହତ ହୋଇଛନ୍ତି । ଏହି ଯୁଦ୍ଧ ପାଇଁ ଆମେରିକା ପ୍ରାୟ ୨.୩ ଟ୍ରିଲିୟନ (ଲକ୍ଷ କୋଟି) ଡଲାର ବ୍ୟୟ କରିଛି । କିନ୍ତୁ ଏହି ଯୁଦ୍ଧରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆଫଗାନିସ୍ତାନ । ଗତ ୨୦ ବର୍ଷରେ ପ୍ରାୟ ୬୬ ହଜାର ଆଫଗାନ ସେନା ଓ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି ।  କେବଳ ଏତିକି ନୁହେଁ, ୪୭,୨୪୫ ଆଫଗାନ ନାଗରିକ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଏହି ଯୁଦ୍ଧରେ ପ୍ରାୟ ୨ ହଜାର ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧିତ ଖବର