ସ୍ଥାନାନ୍ତରଣକାରୀ ଆମେରିକୀୟ ବିମାନରେ କନ୍ୟା ପ୍ରସବ କଲେ ଆଫଗାନ ମହିଳା

ନୂଆଦିଲ୍ଲୀ: ଶନିବାର ଦିନ ଜର୍ମାନିର ‘ରାମ୍‌ଷ୍ଟେନ୍‌ ଏୟାର୍‌ ବେସ୍‌’ରେ ଅବତରଣ କରିବା କ୍ଷଣି ବ୍ୟକ୍ତିବିଶେଷଙ୍କୁ ବିପଜ୍ଜନକ ସ୍ଥାନରୁ ସ୍ଥାନାନ୍ତରଣ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ବିମାନରେ ଥିବା ଜଣେ ଆଫଗାନ ମହିଳା ଗୋଟିଏ କନ୍ୟା ପ୍ରସବ କରିଛନ୍ତି।

ରବିବାର ଦିନ ଟୁଇଟ୍‌ କରି ‘ଦି ୟୁଏସ୍‌ ଏୟାର୍‌ ମୋବିଲିଟି କମାଣ୍ଡ୍‌’ କହିଛି ଯେ, ତାଲିବାନ୍‌ମାନେ ଆଫଗାନ ଦଖଲ କରିବାରୁ ଖସି ପଳାଇ ଆସିଥିବା ମହିଳାଜଣକ ତାଙ୍କ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟରେ ‘ସି-୧୭’ ପରିବହନକାରୀ ବିମାନରେ ଯାତ୍ରା କରୁଥିବା ବେଳେ ପ୍ରସବ ବେଦନା ପାଇଥିଲେ।

ବିମାନଟି ମଧ୍ୟପ୍ରାଚ୍ୟର ଏକ ‘ଷ୍ଟେଜିଙ୍ଗ୍ ଲୋକେସନ୍‌’ରୁ ଜର୍ମାନିର ଗୋଟାଏ ବିଶାଳ ବିମାନଘାଟି ଅଭିମୁଖେ ଉଡ଼ିଯାଉଥିଲା।

Image Courtesy of News WWC

ଅଗଷ୍ଟ ୨୧ ତାରିଖରେ ଜର୍ମାନିର ‘ରାମଷ୍ଟେନ୍‌ ଏୟାର୍‌ ବେସ୍‌’ରେ ଅବତରଣ କରିବା ପରେ ‘୮୬ତମ ମେଡିକାଲ୍‌ ଗ୍ରୁପ୍‌’ର କର୍ମଚାରୀମାନଙ୍କ ଡାକ୍ତରୀ ସହାୟତା ବଳରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଏୟାର୍‌‌ ଫୋର୍ସ ସି-୧୭’ରେ  (କଲ୍‌ ସାଇନ୍‌ ରିଚ୍‌ ୮୨୮) ଆସିଥିବା ଜଣେ ମହିଳା ପିଲା ଜନ୍ମ କରିଛନ୍ତି ବୋଲି ଆମେରିକୀୟ ସେନା ଟୁଇଟ୍‌ କରିଛି।

ବିମାନଟି ଆକାଶର ୨୮,୦୦୦ ଫୁଟ୍‌ ଉଚ୍ଚରେ ଉଡୁଥିବା ବେଳେ ବିମାନରେ ନିମ୍ନ ବାୟୁଚାପ ଯୋଗୁଁ ମାଆ ହେବାକୁ ଯାଉଥିବା ମହିଳାଙ୍କ ସ୍ବସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା ବୋଲି ଆମେରିକୀୟ ବାୟୁସେନା କହିଛି।

ତେଣୁ, ବାୟୁଚାପ ବୃଦ୍ଧି ପାଇଁ ବିମାନ ଉଡ଼ାଣର ଉଚ୍ଚତା ହ୍ରାସ କରିବା ପାଇଁ ବିମାନର କମାଣ୍ଡର୍‌ ସ୍ଥିର କରିଥିଲେ। ଫଳରେ ଆସନ୍ନ ପ୍ରସବାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ଜୀବନ ରକ୍ଷା ହୋଇ ପାରିଲା।

ପ୍ରସବ ପରେ ସ୍ବାସ୍ଥ୍ୟାବସ୍ଥା ଉତ୍ତମ ଥିବା ଉକ୍ତ ମହିଳା ଏବଂ ତାଙ୍କ କନ୍ୟାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା

ସମ୍ବନ୍ଧିତ ଖବର