ଆସାମ, ମଣିପୁର, ନାଗାଲାଣ୍ଡର କେତେକ ଅଂଚଳରେ ସଂକୁଚିତ ହେବ ସେନାର ସ୍ବତନ୍ତ୍ର କ୍ଷମତା ଆଇନ

ନୂଆଦିଲ୍ଲୀ :  ଉତ୍ତର-ପୂର୍ବାଞ୍ଚଳର ୩ଟି ରାଜ୍ୟ ଆସାମ, ମଣିପୁର ଓ ନାଗାଲାଣ୍ଡର କେତେକ ଅଂଚଳରୁ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଆଫସ୍ପା) ହଟାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ତେବେ କେତେକ ଅତି ସଂବେଦନଶୀଳ ଅଂଚଳରେ ଏହା ଲାଗୁ ରହିବ ।

ଏକ ଟୁଇଟ୍ କରି ଶାହା ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଥିବା କେନ୍ଦ୍ର ସରକାର ଆସାମ, ମଣିପୁର ଓ ନାଗାଲାଣ୍ଡର ଅଶାନ୍ତ ଅଂଚଳ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆସଫା ହଟାଇବାକୁ ଏସବୁ ରାଜ୍ୟର ଲୋକମାନେ ବିଗତ ଅନେକ ବର୍ଷ ହେଲା ଦାବି କରିଆସୁଥିଲେ । ନିକଟରେ ସମାପ୍ତ ମଣିପୁର ବିଧାନସଭା ନିର୍ବାଚନରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ଥିଲା । ବିଜେପି ମଧ୍ୟ ନିଜର ନିର୍ବାଚନୀ ଇସ୍ତାହାରରେ ଆସଫା ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା ।

ଆଫସ୍ପା ଅନୁସାରେ ସେନା ଓ ସୁରକ୍ଷା ବଳକୁ କେତେକ ସ୍ବତନ୍ତ୍ର କ୍ଷମତା ମିଳିଥାଏ । ଏହା ମାଧ୍ୟମରେ ସେମାନେ ବିନା ଓ୍ବାରେଣ୍ଟରେ ସର୍ଚ୍ଚ କରିପାରିବେ ଓ ଗିରଫ କରିପାରିବେ । ପୁଣି କୌଣସି ଅପରେସନ ବିଫଳ ହେଲେ ବି ସେମାନଙ୍କୁ କେତେକ ଆଇନଗତ ସୁରକ୍ଷା ମିଳିଥାଏ ।

ଆସାମରେ ଗତ ୧୯୯୦ରୁ ଏହି ଆଇନ ଲାଗୁ ରହିଛି । ଏସବୁ ଅଂଚଳରେ ଉଲଫା ଓ ଅନ୍ୟ ଉଗ୍ରବାଦୀ ସଂଗଠନକୁ ଦମନ କରିବାକୁ ଏହା ଲାଗୁ କରାଯାଇଥିଲା । ପ୍ରତି ୬ ମାସରେ ଆସାମ ସରକାର ଏହାର ସଂପ୍ରସାରଣ କରିଚାଲିଛନ୍ତି । ଶେଷ ଥର ପାଇଁ ଚଳିତ ମାସ ୧ ତାରିଖରେ ଏହାକୁ ଆଉ ୬ ମାସ ପାଇଁ ବଢାଇଦିଆଯାଇଥିଲା ।

ସମ୍ବନ୍ଧିତ ଖବର