ନୌସେନା ଅଧିକାରୀଙ୍କ ଏକ ଟିମ୍‌ କଣ୍ଟାଯୁକ୍ତ ବାଡ ଓ ବିଜୁଳି ଲାଇନ୍‌ ପାର କରି ସେନା ପରିବାରକୁ ବଞ୍ଚାଇବା ପାଇଁ ଦେବଦୂତ ସାଜିଥିଲେ

ନୂଆଦିଲ୍ଲୀ: ବେଲଗାବି ଜିଲ୍ଲାର ଚନ୍ଦୁର ଗ୍ରାମ ବନ୍ୟା ପ୍ରଭାବରେ ଜଳବନ୍ଦୀରେ ରହିଛି। ଚନ୍ଦୁର ଗ୍ରାମରେ ସେନା ପରିବାର ବନ୍ୟା ଜଳରେ ଫସି ଯାଇଥିଲେ। ତେବେ ଏଖବର ପାଇବା ପରେ ନୌସେନା ଅଧିକାରୀର ଏକ ଟିମ୍‌ ସେନା ପରିବାରକୁ ବଞ୍ଚାଇବା ପାଇଁ ପଡ଼ିଆ, ଗହମ କ୍ଷେତ, କଣ୍ଟାଯୁକ୍ତ ବାଡ ଓ ବିଜୁଳି ଲାଇନ୍‌ ଦେଇ ୨୦କିମି ଦୂର ଅତିକ୍ରମ କରି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଗତ ଶନିବାର ନୌସେନା ଅଧିକାରୀର ଏହି ଟିମ୍‌ ତିନିଘଣ୍ଟା ଧରି ଚଳାଇଥିବା ଉଦ୍ଧାର କାର୍ଯ୍ୟ ପରେ ସେନା ପରିବାରର ଦୁଇଜଣ ବୃଦ୍ଧ, ଜଣେ ବୃଦ୍ଧା ଓ ପକ୍ଷଘାତ ବ୍ୟକ୍ତିଙ୍କ ସମେତ ଆଠଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏମାନଙ୍କ ମଧ୍ୟରୁ ୪ଜଣଙ୍କୁ ଜରୁରୀ ଚିକିତ୍ସା ଲୋଡା ଥିବାରୁ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଏଯାବତ ଦୁଇଲକ୍ଷରୁ ଅଧିକ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ୧.୬୧ ଲକ୍ଷ ଲୋକ ୬୬୪ଟି ଆଶ୍ରୟକେନ୍ଦ୍ରରେ ରହିଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ବନ୍ୟା ପ୍ରଭାବିତ ସ୍କୁଲ କଲେଜ ଅଗଷ୍ଟ ୧୫ ତାରିଖ ଯାଏଁ ବନ୍ଦ ରହିବ। ବନ୍ୟାରେ ପାଖାପାଖି ୩.୭ ଲକ୍ଷ ହେକ୍ଟର ଫସଲ, ୧୪୦୦ଘର ଓ ୪୭୮ କିମି ପର୍ଯ୍ୟନ୍ତ ବିଜୁଳି ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର