ବାଲାକୋଟ ଭଳି ଏୟାର ଷ୍ଟ୍ରାଇକ ପାଇଁ ଭାରତ ୨୪ ଘଣ୍ଟା ପ୍ରସ୍ତୁତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ବାଲାକୋଟ ଭଳି ଏୟାର ଷ୍ଟ୍ରାଇକ ପାଇଁ ଭାରତୀୟ ବାୟୁସେନା ୨୪ ଘଣ୍ଟା ପ୍ରସ୍ତୁତ, କିଛି ଏଭଳି ବୟାନ ଦେଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ | ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ କରୋନା ଭଳି ସମୟରେ ମଧ୍ୟ ସୀମାରେ ବାୟୁସେନା ପ୍ରସ୍ତୁତ ହୋଇ ରହିଛି | ବାଲାକୋଟ ପରି ଏୟାର ଷ୍ଟ୍ରାଇକ୍ ପାଇଁ ବାୟୁସେନାର ୨୪ ଘଣ୍ଟା ପ୍ରସ୍ତୁତ ରହିଛି | କିନ୍ତୁ ଆମକୁ ଏହି ପଦକ୍ଷେପ ନେବାକୁ ପଡିବ ନା ନେବାକୁ ପଡିବ ନାହିଁ ଏହା ଶତ୍ରୁ ଉପରେ ନିର୍ଭର କରେ।

ପାକିସ୍ତାନକୁ ଭୟଭୀତ ହେବାକୁ ପଡ଼ିବ। ଆମେ କେତେବେଳେ କାର୍ଯ୍ୟାନୁଷ୍ଠାନ ନେବୁ ତାହା ଆମେ ସ୍ଥିର କରିବୁ | ଯେପର୍ଯ୍ୟନ୍ତ ସେମାନେ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ ନକରନ୍ତି, ସେମାନଙ୍କୁ ଚିନ୍ତା କରିବାକୁ ପଡିବ ଯେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ |

photo-economic times

ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ କହିଛନ୍ତି ଯେ ପାକିସ୍ତାନରୁ ଘଟୁଥିବା ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ଆମର ସେନା ଜବାବ ଦେଉଛି । ଆମେ ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର ରଖିଛୁ | ଯେତେବେଳେ ବି ଆମ ମାଟିରେ କୌଣସି ଆତଙ୍କବାଦୀ କାର୍ଯ୍ୟ ହୁଏ, ସେମାନଙ୍କୁ ସତର୍କ ରହିବାକୁ ପଡିବ | ପାକିସ୍ତାନକୁ ଭୟଭୀତ ହେବାକୁ ପଡ଼ିବ। ଆମେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ତାହା ସ୍ଥିର କରିବୁ।

ସମ୍ବନ୍ଧିତ ଖବର