ବିଦେଶୀ ଓ ବୈଧ ଭିସାଧାରୀଙ୍କ ପାଇଁ ବାହ୍ୟ ବିମାନ ପ୍ରତ୍ୟାବର୍ତ୍ତନର ବୁକିଂ ଆରମ୍ଭ କଲା ଏୟାର ଇଣ୍ଡିଆ, ଜାଣନ୍ତୁ କେତେ ରହିଛି ବିମାନ ଭଡା

ଆବୁଧାବି ଅଭିମୁଖେ ଯାତ୍ରା କଲା ପ୍ରଥମ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରତ୍ୟାବର୍ତ୍ତନ ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଯୋଗ୍ୟ ବିଦେଶୀ ନାଗରିକ ତଥା ବ୍ରିଟେନ, ଆମେରିକା ଏବଂ ସିଙ୍ଗାପୁରର ବୈଧ ଭିସା ଧାରକମାନଙ୍କ ପାଇଁ ବୁକିଂ ଆରମ୍ଭ କରିଛି, ଯାହା ‘ବନ୍ଦେ ଭାରତ ମିଶନ’ ଅଧୀନରେ ମେ ୭ରୁ ମେ ୧୪ମଧ୍ୟରେ ଚାଲିବ। ଯେଉଁ ବିଦେଶୀ ନାଗରିକ କିମ୍ବା ବୈଧ ଭିସା ଧାରକମାନେ ଇନବାଉଣ୍ଡ ପ୍ରତ୍ୟାବର୍ତ୍ତନ ବିମାନରେ ସିଟ୍ ଚାହୁଁଛନ୍ତି ତାଙ୍କଠାରୁ ଭାରତୀୟ ନାଗରିକଙ୍କ ଭଳି ସମାନ ଭଡା ଆଦାୟ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

‘ବନ୍ଦେ ଭାରତ ମିଶନ’ ଅଧୀନରେ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମସ୍ତ ବିମାନ ପାଇଁ ଏୟାର ଇଣ୍ଡିଆ ଯାତ୍ରୀଙ୍କଠାରୁ ଏକ ଲକ୍ଷ ଟଙ୍କା ନେବ ବୋଲି ଧାର୍ଯ୍ୟ କରିଛି। ସେହିଭଳି ଭାବେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବିମାନ ଚଳାଚଳ ପାଇଁ ଯାତ୍ରୀ ପିଛା ୧୮,୦୦୦-୨୦,୦୦୦ ଟଙ୍କା ଏବଂ ଭାରତ-ବ୍ରିଟେନ ବିମାନ ପାଇଁ ଏହା ୫୦,୦୦୦ ଟଙ୍କା ଯାତ୍ରୀଙ୍କଠାରୁ ନିଆଯିବ ବୋଲି ଜଣା ପଡିଛି ।

ତେବେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଇଏକ୍ସ୪୧୯ର ପ୍ରଥମ ପ୍ରତ୍ୟାବର୍ତ୍ତନ ବିମାନ ଗୁରୁବାର ଅପରାହ୍ନରେ କେରଳର କୋଚିରୁ ଆବୁଧାବି ଅଭିମୁଖେ ଯାତ୍ରା କରିଛି, ଯାହାକି କୋଭିଡ-୧୯ ମହାମାରୀ କାରଣରୁ ଗଲ୍ଫ ଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଆଣିବ। ଆଜି ସନ୍ଧ୍ୟାରେ ଆବୁଧାବି ଏବଂ ଦୁବାଇରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ପ୍ରତ୍ୟାବର୍ତ୍ତନ ବିମାନ ଯଥାକ୍ରମେ କୋଚି ଏବଂ କୋଜିକୋଡେ ବିମାନବନ୍ଦରକୁ ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ବିମାନଗୁଡିକ କାର୍ଯ୍ୟସୂଚୀ ଅନୁଯାୟୀ ରାତି ୯:୪୦ରେ ଅବତରଣ କରିବ |

Air India may resume partial operations by mid-May: Report ...
India TV

ମଙ୍ଗଳବାର ଦିନ ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ଯେଉଁ ବ୍ୟକ୍ତିଙ୍କର ବିଦେଶୀ ଭାରତୀୟ ନାଗରିକତା (ଓଚିଆଇ) କାର୍ଡ ଅଛି, କିମ୍ବା ବିଦେଶୀ ଦେଶର ନାଗରିକତା ଅଛି, କିମ୍ବା ସେହି ଦେଶର ଏକ ବର୍ଷରୁ ଅଧିକ ବୈଧ ଭିସା କିମ୍ବା ଗ୍ରୀନ କାର୍ଡ ଅଛି ସେମାନେ ‘ବନ୍ଦେ ଭାରତ ମିଶନ’ ଅଧୀନରେ ଭାରତ ଛାଡି ପ୍ରତ୍ୟାବର୍ତ୍ତନ ବିମାନରେ ଯାତ୍ରା କରିପାରିବ।

ସୂଚନା ମୁତାବକ, କରୋନାଭାଇରସ୍ ପାଇଁ ଫସି ରହିଥିବା ପ୍ରାୟ ୧୫,୦୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ମେ ୭ରୁ ମେ ୧୩ ମଧ୍ୟରେ ୧୨ଟି ଦେଶକୁ ୬୪ବିମାନ ଚଳାଚଳ ଆରମ୍ଭ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ଘୋଷଣା କରିଥିଲେ। ତେବେ କିଛି ବିମାନ ବିଳମ୍ବ ହୋଇଥିବାରୁ ୬୪ଟି ବିମାନ ମେ ୭ରୁ ମେ ୧୪ମଧ୍ୟରେ ଚାଲିବ ବୋଲି ବିମାନ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର