ରାଜଧାନୀ ଦିଲ୍ଲୀରେ ଦୀପାବଳି: ନିର୍ଦ୍ଧାରତି ସୀମା ତୁଳନାରେ ୧୬ ଗୁଣା ଅଧିକ ହୋଇଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦୀପାବଳି ପାଳନ ପରେ କେଉଁ ଅଞ୍ଚଳ ପ୍ରଭାବିତ ହେଉ କିି ନ ହେଉ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ପରିମାଣ ଢେର୍‌ ବଢ଼ିଯାଇ ଥାଏ ପ୍ରତିବର୍ଷ। ଦିଲ୍ଲୀର ପ୍ରଦୂଷଣ ପ୍ରଭାବରେ ପଡ଼ୋଶୀ ରାଜ୍ୟ ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶ ବି କିଛି ମାତ୍ରାରେ ପ୍ରଭାବିତ ହୋଇଥାଏ । ତେବେ, ନିର୍ଦ୍ଧାରିତ ସୀମା ତୁଳନାରେ ଦୀପାବଳି ପାଳନ ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ୧୬ ଗୁଣା ଅଧିକ ବଢ଼ିଛି। ଜାଣିବାକୁ ମିଳିଛି ଯେ ଗତକାଲି ରାତି ୧୧ଟା ବେଳକୁ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୯୯୯ ଛୁଇଁଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ନିର୍ଦ୍ଧାରିତ ସୀମା ଥିଲା ମାତ୍ର ୬୦। ସୋମବାର ସକାଳେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଦିଲ୍ଲୀରେ ୩୦୬ ରହିଛି।

https://www.indiatoday.in/

ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ୨୦୧୨-୧୭ ମଧ୍ୟରେ ଖୁବ୍‌ କମ୍‌ ହେଲେ ବି ଦିଲ୍ଳୀରେ ବାୟୁ ପ୍ରଦୂଷଣ ବଢ଼ି ବଢ଼ି ଲାଗିଛି। ଏପଟେ ଏବର୍ଷ ଦୀପାବଳିରେ ପ୍ରଦୂଷଣକୁ ନେଇ ଭିନ୍ନ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌। ଦିଲ୍ଲୀରେ ଦୀପାବଳି ସମୟରେ ହେଉଥିବା ବାୟୁ ପ୍ରଦୂଷଣ ଗତ ୫ ବର୍ଷ ଭିତରେ ଏ ବର୍ଷ ସବୁଠାରୁ କମ୍‌ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର