ନିର୍ଭୟା ମାମଲା: ୪ଦୋଷୀଙ୍କ ନିକଟରେ ଉପଲବ୍ଧ ସମସ୍ତ ଆଇନଗତ ସୁବିଧା ସୁଯୋଗ ସମ୍ପୂର୍ଣ୍ଣ ଶେଷ; ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ଆବେଦନ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ୍‌ କୁମାର ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କ ନିକଟରେ ଉପଲବ୍ଧ ଥିବା ସମସ୍ତ ଆଇନଗତ ସୁବିଧା ସୁଯୋଗ ଆଜି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତିହାର ଜେଲ କର୍ତ୍ତୃପକ୍ଷ ଏହି ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି କରିବାକୁ ପାତିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପଓ୍ଵନ୍‌ କୁମାର ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ବୁଧବାର) ଖାରଜ କରିଦେଇଛନ୍ତି। ଏସଂପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ମଧ୍ୟ ଦିଆଯାଇଛି। ପୂର୍ବରୁ ପଓ୍ଵନର ରାଜକ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆସି ନ ଥିବାରୁ ମାର୍ଚ୍ଚ ୩ ତାରିଖ ଲାଗି ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ନାମରେ ଜାରି କରାଯାଇଥିବା ମୃତ୍ୟୁ ପରୱାନାକୁ ଦିଲ୍ଲୀର ପତିଆଲା ହାଉସ୍‌ କୋର୍ଟ ସୋମବାର ଦିନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

The Print

ବର୍ତ୍ତମାନ ରାଷ୍ଟ୍ରପତି ପଓ୍ଵନ କୁମାରର ରାଜକ୍ଷମା ଆବେଦନ ଖାରଜ କରିବା ପରେ ପୁଣି ଥରେ ୪ ର୍ନିଭୟା ଦୋଷୀଙ୍କ ଫାଶୀ ଲାଗି ପଥ ସୁଗମ ହୋଇ ଯାଇଥିବାରୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତିହାର ଜେଲ କର୍ତ୍ତୃପକ୍ଷ ଏହି ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି କରିବାକୁ ପାତିଆଲା ହାଉସ କୋର୍ଟରେ ଆବେଦନ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର