ଛୁଟି ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କଲେ ସିବିଆଇ ନିର୍ଦେଶକ ଆଲୋକ ବର୍ମା; ଅକ୍ଟୋବର ୨୬ରେ ଶୁଣାଣି

ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ନିଯୁକ୍ତି ଦେବା ଓ ତାଙ୍କୁ ଛୁଟିରେ ପଠାଇବା ନିମନ୍ତେ ଜାରି ହୋଇଥିବା ସରକାରୀ ଆଦେଶ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ନିର୍ଦେଶକ ଆଲୋକ ବର୍ମା ବୁଧବାର ସକାଳେ ସୁପ୍ରିମ୍‌ କୋର୍ଟରେ ଆପତ୍ତି କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ବୁଧବାର ଦିନ କହିଛନ୍ତି ଯେ ବର୍ମାଙ୍କର ଆବେଦନ ଅକ୍ଟୋବର ୨୬ ତାରିଖ ଦିନ ବିଚାର କରାଯିବ।

ବର୍ମାଙ୍କ ଓକିଲ ଗୋପାଳ ଶଙ୍କରନାରାୟଣନ୍‌ ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ଯେ ଅନେକ ସ୍ପର୍ଶକାତର ମାମଲା ସହ ସାଲିସ କରି କେନ୍ଦ୍ର ସରକାର ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ଯିବା ନିମନ୍ତେ କହିଛନ୍ତି।

ବର୍ମାଙ୍କର କାର୍ଯ୍ୟକାଳ ଆଉ ଦୁଇ ମାସ ଥିବାରୁ ସରକାର ତାଙ୍କୁ ଆନୁଷ୍ଠାନିକ ଭାବେ ବହିଷ୍କାର କରି ପାରିବେ ନାହିଁ ବୋଲି ତାଙ୍କ ଓକିଲ କହିଛନ୍ତି।
ବର୍ମା ଓ ଅସ୍ଥାନାଙ୍କ ବିବାଦ ମଝିରେ ପୂର୍ବରୁ ସରକାର ଏମ୍‌ ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର