ଚୀନ୍‌ରୁ ନାଗରିକଙ୍କୁ ଖାଲି କଲା ଆମେରିକା

ନୂଆଦିଲ୍ଲୀ : ଚୀନ୍‌ରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୦୦ରେ ପହଞ୍ଚିଥିବାରୁ ଆମେରିକା ଆଜି ଚୀନ୍‌ରୁ ଏହାର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରାୟ ୨୦୦ ଆମେରିକୀୟଙ୍କୁ ଧରି ଯାତ୍ରା ଆରମ୍ଭ କରିଥିବା ବିମାନ ଦକ୍ଷିଣ କାଲିଫର୍ଣ୍ଣିଆର ସାମରିକ ଘାଟିରେ ପହଞ୍ଚିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଭାରତ ଚୀନ୍‌ରୁ ଏହାର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି। ହୁୱେଇ ପ୍ରଦେଶରୁ ନିଜ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତ ୨ଟି ବିମାନ ପରିଚାଳନା କରିବାକୁ ଚୀନ୍‌କୁ ଅନୁରୋଧ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଆଜି ଏକ ଟ୍ବିଟ୍‌ କରି କହିଛନ୍ତି ଯେ, ଚୀନ୍‌ରୁ ଭାରତୀୟଙ୍କୁ ଦୁଇଟି ବିମାନରେ ଆଣିବା ପାଇଁ ଚୀନ୍‌ର ଅନୁମତି ମଗାଯାଇଛି।

ସମ୍ବନ୍ଧିତ ଖବର