କରୋନା ମୁକାବିଲା ନେଇ ଗୃହମନ୍ତ୍ରୀଙ୍କ ସହ ଦିଲ୍ଳୀ ସରକାରଙ୍କ ବୈଠକ: ଡାକ୍ତରଖାନାରେ ୨୦ହଜାର ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ଲାଗି ଦାବି କଲେ କେଜ୍ରିଓ୍ଵାଲ୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।ଏହି ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ବ୍ୟତୀତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ, ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଓ ଗୃହ ମନ୍ତ୍ରାଳୟର ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ।

ଗୃହ ମନ୍ତ୍ରାଳୟରେ ଏହି ଉଚ୍ଚସ୍ତରୀୟ ବୈଠକ ପାଖାପାଖି ୧ ଘଣ୍ଟା ୨୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏହି ବୈଠକରେ  ଦିଲ୍ଲୀ ସରକାର କେନ୍ଦ୍ର ସାମ୍ନାରେ ଅନେକ ଦାବି ରଖିଛନ୍ତି।

pti14-06-2020_000034b_061420125558.jpg

ଦିଲ୍ଲୀ ସରକାର ଚାହୁଁଛନ୍ତି କି, ରାଜଧାନୀରେ କରୋନା ମୁକାବିଲା ପାଇଁ ଡାକ୍ତରଖାନା ଶଯ୍ୟା କ୍ଷମତା ବୃଦ୍ଧି କରାଯାଉ। ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ସମସ୍ତ ହସ୍‌ପିଟାଲ୍‌ରେ କୋଭିଡ ରୋଗୀଙ୍କ ଚିକିତ୍ସା ହେବା ଆବଶ୍ୟକ।

ଘରୋଇ ହସ୍‌ପିଟାଲ୍‌ରେ କ୍ୟାପିଙ୍ଗ ରେଟ୍‌ ଲାଗୁ କରାଯାଉ। ଘରୋଇ ଲ୍ୟାବ୍‌ରେ ବି କରୋନା ପରୀକ୍ଷା କରାଯାଉ। କରୋନା ପରୀକ୍ଷା ଅନ୍ୟ ରୋଗ ପାଇଁ ହେଉଥିବା ପରୀକ୍ଷା ଭଳି କରାଯାଉ ଆଉ ରିପୋର୍ଟ ସହଜରେ ଦିଆଯାଉ।

କେଜ୍ରିଓ୍ଵାଲ ସରକାର କେନ୍ଦ୍ର ସରକାରଙ୍କୁ କହିଛନ୍ତି, ରାଜଧାନୀରେ ଘରୋଇ ହସ୍‌ପିଟାଲ୍‌ର ମନିଟରିଙ୍ଗ ପାଇଁ ଏକ କମିଟି ଗଠନ କରାଯାଉ। ଏଥିସହିତ ଆଗାମୀ ସପ୍ତାହ ପର୍ଯ୍ୟନ୍ତ କରୋନା ରୋଗୀଙ୍କ ପାଇଁ ୨୦ହଜାର ଅତିରିକ୍ତ ଶଯ୍ୟାର ବ୍ୟବସ୍ଥା କରାଯାଉ। କିଛି ହୋଟେଲକୁ ଆଇସୋଲେସନ୍‌ ଓ୍ଵାର୍ଡ ଭାବେ ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦିଆଯାଉ।

ଦିଲ୍ଲୀରେ କରୋନା ଭାଇରସ୍‌ ହେତୁ ବିଗୁଡ଼ୁ ଥିବା ସ୍ଥିତି ପଛରେ କେନ୍ଦ୍ର, ରାଜ୍ୟ ଓ ଏମସିଡି ପ୍ରଶାସନଙ୍କ ମଧ୍ୟରେ ଉଚିତ ତାଳମେଳ ରହୁ ନ ଥିବା ଅଭିଯୋଗ ଆସିବା ପରେ ଏହି .ବୈଠକ ଡକାଯାଇଥିଲା।

ସମ୍ବନ୍ଧିତ ଖବର