ଶ୍ରୀନଗରର ଲାଲଚୌକରେ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିପାରନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରରେ ପରିସ୍ଥିତି ଶାନ୍ତ ଥିବା ହେତୁ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଥରେ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ ବୋଲି ସୂଚନା ମିଳିଛି| ସେ ଶ୍ରୀନଗରରେ ଲାଲଚୌକଠାରେ ଆଗାମୀ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ଏ ପ୍ରସଙ୍ଗରେ ଜମ୍ମୁ-କାଶ୍ମୀର ପୁଲିସ ପାଖରେ ଠୋସ୍ ଖବର ନଥିବା କୁହାଯାଉଛି। ତେବେ ଏହାକୁ ଗୋପନୀୟ ରଖାଯାଇଛି। ଗଣମାଧ୍ୟମକୁ ବି କିଛି ସୂଚନା ଦିଆଯାଉନାହିଁ। ଖାଲି ସେତିକି ନୁହେଁ , ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

PHOTO–INDIATODAY

ଏଠାରେ ସୂଚନାଯୋଗ୍ୟ ଯେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଅଗଷ୍ଟ ୧୫ ଯାଏଁ ଘାଟିରେ ରହି ଜାମ୍ମୁକାଶ୍ମୀରର ବିଭିନ୍ନ ଅଂଚଳ ଗସ୍ତ କରି ସିଧାସଳଖ ଲୋକଙ୍କ ଓ ସହିତ ମିଶୁଛନ୍ତି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ ଲୋକଙ୍କ ମଧ୍ୟରେ କଣ ରହିଛି ଭାବନା, କିପରି ରହିଛି ସୁରକ୍ଷା ସ୍ଥିତି ସେ ନେଇ ନିଜେ ସମୀକ୍ଷା କରୁଛନ୍ତି ଡୋଭାଲ ।

PHOTO-AMARUJALA

ସେନା ଯବାନଙ୍କ ସହିତ ମିଶିବା ସହ ନିଜେ ଗ୍ରାଉଣ୍ଡ ଜିରୋରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରୁଛନ୍ତି । ସେ ସବୁ ଠିକଠାକ୍ ଥିବାର ରିପୋର୍ଟ ଦେବାପରେ ଅମିତ ଶାହଙ୍କ ଶ୍ରୀନଗର ଗସ୍ତ ଏବଂ ଲାଲଚୌକରେ ଆଗାମୀ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର