୭୭ ବର୍ଷରେ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ : ଅକ୍ଟୋବର ୧୧ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୧୯୪୨ ଅକ୍ଟୋବର ୧୧ ତାରିଖରେ ଅମିତାଭ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ୍‌ ସୃଷ୍ଟି କରିପାରିଛନ୍ତି। ଜଞ୍ଜିର, ଦିୱାର, ଶୋଲେ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ। ବଲିଉଡ଼୍‌ର ଆଙ୍ଗ୍ରି ୟଙ୍ଗମ୍ୟାନ୍‌, ଶେହନ୍‌ଶାହା, ବିଗ୍‌ ବି, ଷ୍ଟାର୍‌ ଅଫ୍‌ ଦି ମିଲେନିୟମ୍‌ ଆଦି ଅନେକ ନାମରେ ସେ ପରିଚିତ। ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅମିତାଭ ଏକ ଶ୍ରଦ୍ଧାଶୀଳ ନାମ। କୌନ୍‌ ବନେଗା କରୋଡ଼ପତି କାର୍ଯ୍ୟକ୍ରମ ଜରିଆରେ ସେ ସବୁଠୁ ଅଧିକ ‌ଲୋକପ୍ରିୟ ହୋଇପାରିଥିଲେ। ନିଜର ଦୀର୍ଘ ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଫିଲ୍ମ ଫେୟାର୍‌ ଆୱାର୍ଡ ମଧ୍ୟ ଲାଭ କରିଛନ୍ତି। ନିକଟରେ ତାଙ୍କ ନାମ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ପାଇଁ ମନୋନୀତ ହୋଇଛି।

ସମ୍ବନ୍ଧିତ ଖବର