ଆନ୍ଧ୍ରପ୍ରଦେଶ କୁର୍ଣ୍ଣୂଲସ୍ଥିତ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍: ମ୍ୟାନେଜର୍ ମୃତ, ଅନ୍ୟ ତିନିଜଣ ଅସୁସ୍ଥ

ହାଇଦ୍ରାବାଦ: ଶନିବାର ଦିନ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୂଲ ଜିଲ୍ଲା ଅନ୍ତର୍ଗତ ନନ୍ଦିୟାଲ୍ ସହରରେ ଥିବା ଗୋଟିଏ କୃଷି-କାରଖାନାରେ ଆମୋନିଆ ବାଷ୍ପ ଲିକ୍‌ ହେବାରୁ ଜଣେ ୫୦ ବର୍ଷିୟ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନିଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି।

କୁର୍ଣ୍ଣୂଲ ଜିଲ୍ଲାପାଳ ଜି ବୀରପାଣ୍ଡିଆନ୍ କହିଛନ୍ତି, ସକାଳେ ନନ୍ଦୀୟାଲ୍ ସହର ଉପକଣ୍ଠରେ ଥିବା ନନ୍ଦୀ ଗ୍ରୁପ୍‌ ଅଫ୍ ଇଣ୍ଡଷ୍ଟ୍ରିଜ୍‌ର ଆନୁସଙ୍ଗିକ ଶିଳ୍ପ ସ୍ପାଇ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର କାରଖାନା ଭିତରେ ଥିବା ଟାଙ୍କିରୁ ଆମୋନିଆ ଗ୍ୟାସ୍ ଲିକ୍ କରିବା ଯୋଗୁଁ ଦୁର୍ଘଟଣା ଘଟିଛି।

Image Courtesy of ANI

ମୃତ ବ୍ୟକ୍ତି ହେଉଛନ୍ତି ସ୍ପାଇ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଜେନେରାଲ୍ ମ୍ୟାନେଜର୍ ଶ୍ରୀନିବାସ ରାଓ। ଦୁର୍ଘଟଣା ସମୟରେ କାରଖାନାରେ ମାତ୍ର ପାଞ୍ଚଜଣ କର୍ମଚାରୀ ଥିଲେ। ରାଓ ଅଣନିଃଶ୍ବାସୀ ହୋଇ ମରିଯାଇଥିଲେ। ଅଚେତ ହୋଇପଡ଼ିଥିବା ଅନ୍ୟ ତିନିଜଣଙ୍କୁ ତୁରନ୍ତ ନନ୍ଦୀୟାଲ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

ଆମୋନିଆ ଗନ୍ଧ ବ୍ୟାପି ଯିବାରୁ କାରଖାନା ଚାରିପଟେ ଥିବା ଅଧିବାସୀଙ୍କ ଭୟଭୀତ ହୋଇ ନିରାପଦ ସ୍ଥାନକୁ ଧାଆଁଦୌଡ଼ କରିଥିଲେ।

ସମ୍ବନ୍ଧିତ ଖବର