ନିଆରା ଢ଼ଙ୍ଗରେ ଅରୁଣ ଜେଟଲିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଅମୂଲ; ‘କମଲ୍‌ କି ନେତା…’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଦିଗ୍ଗଜ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲିଙ୍କୁ ଆଜି ଏକ ଭିନ୍ନ ଅନ୍ଦାଜ ସହ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛି ଦେଶର ଅନ୍ୟତମ ଖ୍ୟାତନାମା କମ୍ପାନି ଅମୂଲ।

ସ୍ୱର୍ଗତ ଜେଟଲିଙ୍କ ଏକ ଗ୍ରାଫିକ୍‌ ମନୋକ୍ରୋମ୍‌ ପୋଷ୍ଟର ଉପରେ; ‘କମଲ୍‌ କି ନେତା; କମାଲ୍‌ କି ଆଚିଭ୍‌ମେଣ୍ଟସ୍‌’ ଲେଖି ଏହାକୁ କମ୍ପାନି ନିଜର ସୋସିଆଲ ମିଡିଆ ସାଇଟ୍‌ରେ ପୋଷ୍ଟ କରିବା ସହ ନିଜର ଶ୍ରଦ୍ଧାଞ୍ଜଳି ଜଣାଇଛି ସ୍ୱର୍ଗତ ନେତାଙ୍କୁ। ପୋଷ୍ଟର କ୍ୟାପସନ୍‌ରେ କମ୍ପାନି ଲେଖିଛି: ‘ଟ୍ରିବ୍ୟୁଟ୍‌ ଟୁ ମଚ୍‌ ରେସ୍‌ପେକ୍ଟେଡ୍‌ ମିନିଷ୍ଟର ଆଣ୍ଡ ଆଟର୍ଣ୍ଣି’।

 

View this post on Instagram

 

#Amul Topical: Tribute to much respected minister and attorney..

A post shared by Amul – The Taste of India (@amul_india) on

ଅମୂଲ ନିଜର ସୋସିଆଲ ମିଡିଆ ସାଇଟ୍‌ରେ ଏହି ଶ୍ରଦ୍ଧାଞ୍ଜଳିକୁ ପୋଷ୍ଟ କରିବା ପରେ ହଜାର ହଜାର ସଂଖ୍ୟାରେ ବ୍ୟବହାରକାରୀ ଏହାକୁ ଲାଇକ୍‌ କରିବା ସହ ସେୟାର ମଧ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ନୂଆଦିଲ୍ଲୀର ଏମ୍ସ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଅରୁଣ ଜେଟଲିଙ୍କର ପରଲୋକ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର