ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକପାଳ ବ୍ୟବସ୍ଥା କରୁ ନ ଥିବା ପ୍ରତିବାଦରେ ଓ ତୁରନ୍ତ ଲୋକପାଳ ବ୍ୟବସ୍ଥା ପ୍ରତିଷ୍ଠା ଦାବି କରି ବିଶିଷ୍ଟ ଗାନ୍ଧିବାଦୀ ସମାଜସେବୀ ଆନ୍ନା ହଜାରେ ଆଜି ଠାରୁ ଦିଲ୍ଲୀରେ ଅନଶନ ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ଦେଶର କୃଷକମାନଙ୍କ ଦୁଃଖ ପ୍ରତି ସରକାର ଉଦାସୀନ ଥିବା ଆନ୍ନା ହଜାରେ ଅଭିଯୋଗ କରିଛନ୍ତି। ଏତଦ୍ୱ୍ୟତୀତ ଦେଶର ରାଜନୈତିକ ଦଳଗୁଡ଼ିକ ର ଆଚରଣ ଉଚ୍ଚାରଣ ମଧ୍ୟରେ ଢ଼େର ଫରକ ରହୁଥିବା ଅନ୍ନା ହଜାରେ ଅଭିଯୋଗ କରି ଏହି ଅନଶନ ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ଆନ୍ଦନା ହଜାରେ କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ଅନଶନ, ସତ୍ୟାଗ୍ରହ କରିଥିଲେ। ସେତେବେଳେ କେନ୍ଦ୍ରରେ ମନମୋହନ ସିଂହଙ୍କ ସରକାର ଥିଲା। ତେବେ ଏହାର ୭ ବର୍ଷ ପରେ ଆନ୍ନା ହଜାରେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ଅନଶନ ଆରମ୍ଭ କରିଛନ୍ତି। ସମାନ ରାମଲୀଳା ମଇଦାନ ଠାରେ ଆନ୍ନା ହଜାରେ ସତ୍ୟାଗ୍ରହ ଅନଶନ ଆରମ୍ଭ କରିଛନ୍ତି। ତେବେ ଏଥର ତାଙ୍କ ମଞ୍ଚକୁ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଆସିବାକୁ ଦିଆଯିବ ନାହିଁ ବୋଲି ଆନ୍ନା ହଜାରେ ପୂର୍ବରୁ କହି ସାରିଛନ୍ତି।