କଶ୍ମୀରର ଶୋପିଆନ୍‌ରୁ ଅପହୃତ ଅନ୍ୟ ଜଣେ ଯୁବକଙ୍କୁ ହତ୍ୟା

ଶ୍ରୀନଗର: ପୂର୍ବରୁ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଦିନ ସନ୍ଦିଗ୍ଧ ଆତଙ୍କବାଦୀମାନେ ଅପହରଣ କରି ଜମ୍ମୁ ଓ କଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ହତ୍ୟା କରିଛନ୍ତି। କିନ୍ତୁ, ଅପହୃତ ଅନ୍ୟ ଦୁଇ ଯୁବକଙ୍କୁ ଅକ୍ଷତ ଅବସ୍ଥାରେ ଛାଡ଼ି ଦିଆଯାଇଛି।

ପୁଲିସ କହିଛି ଯେ ଆତଙ୍କବାଦୀମାନେ ଶୁକ୍ରବାର ଦିନ ରେବନ ଶୋପିଆନ୍‌ର ବାସିନ୍ଦା ରେୟାଜ୍‌ ଅହମଦ୍‌, ଜାହିଦ ଅହମଦ୍‌ ଏବଂ ବଶରାତ୍‌ ଅହମଦ ନାମକ ତିନି ଜଣ ଯୁବକଙ୍କୁ ଅପହରଣ କରି ନେଇଥିଲେ।

ପ୍ରଥମ ଦୁଇ ଜଣଙ୍କୁ ଛାଡ଼ି ଦିଆ ଯାଇଥିଲା, କିନ୍ତୁ ପୁଲିସ ପୁଲଓ୍ଵାମା ଅନ୍ତର୍ଗତ ନିକଲୁରା ଗାଁରୁ ବଶରତ ଅହମଦଙ୍କ ଶବ ପାଇଥିଲା ବୋଲି ଜଣେ ପୁଲିସ ମୁଖପାତ୍ର କହିଛନ୍ତି। ଡାକ୍ତରୀ ଓ ଆଇନଗତ ଔପଚାରିକତା ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବଶରତ ପୂର୍ବରୁ ଜଣେ ଏସ୍‌ପିଓ ଭାବେ କାର୍ଯ୍ୟ କରୁଥିଲେ।

ସମ୍ପୃକ୍ତ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ଗତ ସପ୍ତାହରେ ଏହି ଜିଲ୍ଲାରୁ ଅପହୃତ ୭ ଜଣ ସାଧାରଣ ନାଗରିକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର