କାନାଡ଼ାରେ ଭାରତ ବିରୋଧୀ ହିଂସା: ସତର୍କ ରହିବାକୁ କହିଲେ ସରକାର

ନୂଆଦିଲ୍ଲୀ : କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଅଚାନକ ବୃଦ୍ଧି ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କ ଧାର୍ମିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରାଯିବା ସହ ଘୃଣା ହିଂସା ବଢ଼ିବାରେ ଲାଗିଛି । ପରିସ୍ଥିତି ଉପରେ ଭାରତ ସରକାର ସତର୍କ ନଜର ରଖିଥିବା ବେଳେ ଆଜି ବିଦେଶ ମନ୍ତ୍ରାଳୟ କାନାଡ଼ାରେ ଥିବା ଭାରତୀୟ ନାଗରିକ ଓ ଛାତ୍ରମାନେ ବି‌ଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରିଥିବା ଖଲିସ୍ତାନୀ ଗୋଷ୍ଠୀ ବିଭିନ୍ନ ଅଞ୍ଚଳରେ ସେମାନଙ୍କ ବିଭାଜନକାରୀ କାର୍ଯ୍ୟକ୍ରମ ଜାରି ରଖିଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଛି । କେତେକ ଚରମପନ୍ଥୀ ଶିଖ୍‌ ସଂଗଠନ ସେମାନଙ୍କ ପ୍ରଭାବ ବିସ୍ତାର କରି ହିନ୍ଦୁମାନଙ୍କ ବିରୋଧରେ ହିଂସା ପାଇଁ ଉସୁକାଉଛନ୍ତି ଏବଂ ଏହାର ପରିଣାମ ସ୍ବରୂପ ଭୟର ବାତାବରଣ ସୃଷ୍ଟି ହୋଇଛି । ଭ୍ରମଣ, ବ୍ୟବସାୟ ଏବଂ ଅଧ୍ୟୟନ ଆଦି ପାଇଁ କାନାଡ଼ାରେ ଥିବା ଭାରତୀୟମାନେ ଏଭଳି ସ୍ଥିତିରେ ଅଧିକ ସତର୍କତା ଅବଲମ୍ବନ କରିବା ସହ ଆବଶ୍ୟକସ୍ଥଳେ ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି। କାନାଡ଼ା ସରକାର ପରିସ୍ଥିତି ନିୟନ୍ତ୍ରଣ ପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରିବା ସହ ଭାରତୀୟମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର