ହିମାଳୟରେ ପାର୍ବତ୍ୟାଞ୍ଚଳରେ ମାଉଣ୍ଟେଡ୍ ଗନ ସିଷ୍ଟମ୍ସ ଲଗାଇବ ସେନା

ନୂଆଦିଲ୍ଲୀ : ହିମାଳୟ ପାର୍ବତ୍ୟାଞ୍ଚଳରେ ନିଜର ସମର କ୍ଷମତାକୁ  ବଢାଇବାକୁ ଭାରତୀୟ ସେନା କେତେକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ଏସବୁ ଅଂଚଳରେ ୧୦୫ ଏମଏମ ମାଉଣ୍ଟେଡ୍ ଗନ ସିଷ୍ଟମ୍ସ ଲଗାଇବାକୁ ସେନା ନିଷ୍ପତ୍ତି ନେଇଛି ।

ଏସବୁ ଗନ ସିଷ୍ଟମ୍ସ କ୍ରୟ ପାଇଁ  ସେନା ପକ୍ଷରୁ ଶୁକ୍ରବାରଦିନ ଏକ ରିକ୍ବେଷ୍ଟ ଫର ଇନଫର୍ମେସନ (ଆରଏଫଆଇ) ପ୍ରକାଶ ପାଇଛି । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସେନା ପକ୍ଷରୁ ଟେଣ୍ଡର ଆହ୍ବାନ କରାଯିବ ।

ଭାରତୀୟ ସେନା ପୂର୍ବରୁ ଟଓ୍ବେଡ୍ ଗନ ସିଷ୍ଟମ୍ସର ବ୍ୟବହାର କରୁଥିଲା, ଯେଉଁଗୁଡ଼ିକ ମାଉଣ୍ଟଡେ ଗନ ସିଷ୍ଟମ୍ସ ତୁଳନାରେ ଲମ୍ବା ଓ ଓଜନିଆ ଥିଲା । ଫଳରେ ଏଗୁଡ଼ିକୁ ହିମାଳୟର ଉଚ୍ଚ ତଥା ଦୁର୍ଗମ ପାର୍ବତ୍ୟାଞ୍ଚଳକୁ ନେବା କଷ୍ଟକର ହେଉଥିଲା । ମାଉଣ୍ଟେଡ୍ ଗନ ସିଷ୍ଟମ୍ସକୁ ଭାରତୀୟ ସେନା ମୁଖ୍ୟତଃ ଚୀନକୁ ଲାଗିଥିବା ସୀମାରେ ଲଗାଇବାର ସମ୍ଭାବନା ରହିଛି । ଏହା ଫଳରେ ପାର୍ବତ୍ୟ ଯୁଦ୍ଧ କ୍ଷେତ୍ରରେ ଭାରତୀୟ ସେନାକୁ ସହାୟତା ମିଳିପାରିବ ।

ଭାରତୀୟ କମ୍ପାନିମାନଙ୍କ ଦ୍ବାରା ନିର୍ମିତ ମାଉଣ୍ଟେଡ୍ ଗନ ସିଷ୍ଟମ୍ସ ଖରିଦ ପାଇଁ ସେନାର ଯୋଜନା ରହିଛି । ସରକାର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ବ ଦେଉଥିବାରୁ ଏସବୁ ଅସ୍ତ୍ର ଭାରତ ଭିତରୁ ହିଁ କିଣାଯିବ । ରାଷ୍ଟ୍ରାୟତ୍ତ କମ୍ପାନି ଭାରତ ଫର୍ଜ ପକ୍ଷରୁ ମଲଟି ଟେରେନ ଆର୍ଟିଲାରୀ ଗନ ଉତ୍ପାଦନ କରାଯାଇଥାଏ । ଗତ ବର୍ଷ ଏକ ମିଲିଟାରୀ ଅଭ୍ୟାସ ବେଳେ ଭାରତ ଫର୍ଜ ଏହାର ପ୍ରଦର୍ଶନ କରିଥିଲା ।

 

ସମ୍ବନ୍ଧିତ ଖବର