ବନ୍ଧକଙ୍କୁ ମୁକୁଳାଇବା ସହ ସମ୍ମୁଖ ଯୁଦ୍ଧରେ ୩ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଖୁସୀ ମନାଇଲେ ଯବାନ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବନ୍ଧକ ଥିବା ବରିଷ୍ଠ ନାଗରିକଙ୍କୁ ମୁକୁଳାଇବା ସହ  ଶନିବାର ତିନିଜଣ ଆତଙ୍କବାଦୀଙ୍କୁ ନିହତ କରିବା ପରେ  ଭାରତୀୟ ସେନାର ଯବାନମାନେ ଖୁସି ମନାଇଛନ୍ତି। ଏହି ସମୟର ଭିଡିଓ ଗଣମାଧ୍ୟମକୁ ଆସିଛି। ଦୀର୍ଘ ସମୟର ଗୁଳି ବିନିମୟ ପରେ ଯବାନମାନେ ଆତଙ୍କବାଦୀଙ୍କୁ ସଫା କରିବାରେ ସମର୍ଥ ହୋଇଥିଲେ। ଏହି ଅପରେସନର ସଫଳତା ପରେ ଖୁସୀ ମନାଇଛନ୍ତି ଯବାନ ।  ପାକିସ୍ତାନ ମୁର୍ଦ୍ଦାବାଦ୍ ଏବଂ ହିନ୍ଦୁସ୍ତାନ ଜିନ୍ଦାବାଦ୍ ନାରା ଦେଇ  ଝୁମୁଛନ୍ତି । ଏଏନଆଇ ପକ୍ଷରୁ ଯବାନଙ୍କ ଏହି ସମୟର ଏକ ଭିଡିଓ ସେୟାର୍ କରାଯାଇଛି । ଏହି ଭିଡିଓରେ କିଛି ସ୍ଥାନୀୟ ଅଧିବାସୀ ପଛରେ ଠିଆ ହୋଇଥିବା ନଜର ଆସୁଛନ୍ତି । ସକାଳୁ ଚାଲିଥିବା ଅପରେସନକୁ ସଫଳତା ପୂର୍ବକ ସମାପ୍ତ କରି ସେନାର ଯବାନ ଉତ୍ସବ ପାଳନ କରିଥିଲେ ।

ଆପଣଙ୍କୁ କହିରଖୁଛୁ ଜମ୍ମୁ-କାଶ୍ମୀରର ରାମବନ୍ ବଟୋଟେ ଅଞ୍ଚଳରେ ଶନିବାର ଆତଙ୍କବାଦୀମାନେ ଗୋଟିଏ ଘରେ ପଶି ଘରର ବରିଷ୍ଠ ସଦସ୍ୟଙ୍କୁ ବନ୍ଧକ କରି ରଖିଥିଲେ । ସୂଚନା ପାଇ ଉକ୍ତ ସ୍ଥାନକୁ ଭାରତୀୟ ସେନାର ଯବାନ ପହଞ୍ଚି ଚାରିଆଡୁ ଘେରାଉ କରିଥିଲେ । ଏହାପରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଶେଷରେ ସେନାର ଯବାନମାନେ ଘରେ ପଶି ଆତଙ୍କୀଙ୍କୁ ମାରି ଗଡାଇଥିଲେ । ତେବେ ଘରେ ପଶିବା ପୂର୍ବରୁ ଯବାନମାନଙ୍କ ଉପରକୁ ଆତଙ୍କୀମାନେ ଗ୍ରେନେଡ୍ ଫୋପାଡିଥିଲେ । ଏହି ସମୟରେ ଜଣେ ଯବାନ ମଧ୍ୟ ସହିଦ୍ ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର