ଆସାମରେ ବନ୍ୟା ପରିସ୍ଥିତି ସାଙ୍ଘାତିକ: ୧୭ ଜିଲ୍ଲାର ୭୦୦ ଗ୍ରାମରେ ୪ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି: ୧୭ଟି ଜିଲ୍ଲାରେ ୭୦୦ ଗ୍ରାମରେ ୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ଆସାମରେ ବନ୍ୟା ପରିସ୍ଥିତି ସଙ୍କଟଜନକ ପାଲଟିଛି। ରାଜ୍ୟବ୍ୟାପୀ ପ୍ରକାଣ୍ଡ ଭୂସ୍ଖଳନମାନ ହେଉଛି। ଗୁରୁବାର ଦିନ ଅନ୍ୟୂନ ତିନି ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିବା ସହ କେତେଗୁଡ଼ିଏ ଘର ନଷ୍ଟ ହୋଇ ଯାଇଛି।

ଗୌହାଟି ଅଞ୍ଚଳରେ ପ୍ରବାହିତ ବ୍ରହ୍ମପୁତ୍ରର ଜଳସ୍ତର ଚେତାବନୀ ସ୍ତର ଟପି ଯାଇଛି। ଇନ୍‌ଲାଣ୍ଡ୍‌ ଓ୍ଵାଟର୍‌େଓ୍ଵଜ୍‌ ଅଥରିଟିର ସେକ୍‌ସନ୍‌ ଭି ଗାନ୍ଧିୟା କହନ୍ତି: ପାଣି ଚେତାବନୀ ସ୍ତରକୁ ଟପିଯାଇଛି, ବିପଦ ସ୍ତରକୁ ଯାଇନାହିଁ। ଦିନେ ଦୁଇ ଦିନ ମଧ୍ୟରେ ପାଣି ବିପଦ୍‌ ସ୍ତର ଟପିଯିବ। ଜୋରହଟର ନିମତି ଘାଟରେ ନଦୀ ବିପଦ ସ୍ତର ଟପି ସାରିଛି। ଦିକହୋଓ, ଧନସିରୀ, ଜିଆ ଭରାଲି, ପୁଥିମାରି ଏବଂ ବେକି ଭଳି ଅନ୍ୟାନ୍ୟ ନଦୀଗୁଡ଼ିକ ମଧ୍ୟ ବିପଦ ସଙ୍କେତ ଟପିଯାଇଛନ୍ତି।

Image Source: India Today

ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛନ୍ତି ଧେମାଜି, ଲଖିମପୁର, ବିଶ୍ୱନାଥ, ଜୋରହଟ, ଦାରଙ୍ଗ, ବାରପେଟା, ନାଲବରି, ମାଜୁଲି, ଚିରଙ୍ଗ, ଡିବ୍ରୁଗଡ଼ ଏବଂ ଗୋଲାଘାଟ।

ଗୁରୁବାର ଦିନ ଗୌହାଟି ନିକଟ ଡିପାର ବିଲ୍‌ ଅଞ୍ଚଳରେ ଭୂସ୍ଖଳ ହେବାରୁ ଦୁଇଟି ଘର ଧ୍ୱଂସ ହୋଇଯାଇଛି ଏବଂ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
ଆସାମ ଷ୍ଟେଟ୍‌ ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ୍‌ ଅଥରିଟିଙ୍କ ରିପୋର୍ଟ ଅନୁସାରେ, ଜୁଲାଇ ୧୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ବନ୍ୟା ଯୋଗୁଁ ସମୁଦାୟ ୧୩, ୨୬୭. ୭୪ ହେକ୍ଟର ଫସଲ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର