ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୨୧ରେ ହୋଇଥିବା ମତଦାନର ମତଗଣନା ଆଜି ସକାଳ ୮ଟା ଆରମ୍ଭ ହୋଇଯାଇଛି ।

ସଦ୍ୟତମ ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୧୭୩ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ଦଳମାନେ ୭୧ଟି ବିଧାନସଭା ଆସନରେ ଆଗୁଆ ଅଛନ୍ତି। ଅପରପକ୍ଷରେ ହରିୟାଣାରେ ବିଜେପି ୫୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୩ଟି ବିଧାନସଭା ଆସନରେ ଆଗୁଆ ରହିଛି।

ଉଭୟ ରାଜ୍ୟରେ ମତଗଣନା ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି ।

image source-oneindia

ସୂଚନାଯୋଗ୍ୟ,ମହାରାଷ୍ଟ୍ରରେ ମୋଟ ୨୮୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଛି । ସରକାର ଗଢ଼ିବା ପାଇଁ ୧୪୫ଟି ଆସନ ଦରକାର ଥିବା ବେଳେ ଯଦି ଏକଜିଟ ପୁଲର ଆକଳନ ସତ୍ୟ ହୁଏ ତା’ହେଲେ ବିଜେପି-ଶିବସେନା ମେଣ୍ଟ ମହାରାଷ୍ଟ୍ରରେ ପୁଣି ଥରେ ସରକାର ଗଢ଼ିବ । ସେହିଭଳି ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ସରକାର ଗଢ଼ିବା ପାଇଁ ୪୬ଟି ଆସନ ଆବଶ୍ୟକ ।

ସମ୍ବନ୍ଧିତ ଖବର