ଏଣିକି ଗୋଟିଏ କ୍ଲିକ୍‌ରେ ଦୁଷ୍କର୍ମକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାଣିହେବ

ସରକାର ପ୍ରସ୍ତୁତ କରିଛନ୍ତି ତାଲିକା

ମହିଳାଙ୍କ ଉପରେ ବଢୁଥିବା ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବହ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଉ ଏହି ପଦକ୍ଷେପ ଅନୁଯାୟୀ, ଗୃହ ମନ୍ତ୍ରାଳୟ ଦୁଷ୍କର୍ମ କରିଥିବା ଅପରାଧୀମାନଙ୍କର ଏକ ଡାଟାବେସ ଲଞ୍ଚ କରିବାକୁ ଯାଉଛନ୍ତି । ଭାରତ ଏଭଳି କରିବାରେ ଦୁନିଆର ନବମ ଦେଶ ପାଲଟଯିବ । ଏହି ଡାଟାବେସରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ନାମ, ଫଟୋ, ଠିକଣା, ଫିଙ୍ଗରପ୍ରିଣ୍ଟ, ଡିଏନଏ ସାମ୍ପଲ, ପ୍ୟାନ ନମ୍ବର ଓ ଆଧାର ନମ୍ବରର ସମସ୍ତ ତଥ୍ୟ ଉଲ୍ଲେଖ ରହିବ ।

ରିପୋର୍ଟ ଅନୁଯାୟୀ, ଏହି ଡାଟାବେସରେ ପାଖାପାଖି ୪.୫ ଲକ୍ଷରୁ ଅଧିକ ମାମଲାର ବିସ୍ତୃତ ତଥ୍ୟ ରହିବ । ଏହି ଡାଟାବେସଗୁଡିକ ଦେଶର ବିଭିନ୍ନ ଜେଲର ରେଜିଷ୍ଟରରୁ ପ୍ରସ୍ତୁତ କରାଯିବ । ଏହି ଡାଟାବେସରେ ଦୁଷ୍କମକାରୀଙ୍କ ଅପରାଧୀକ ରେକର୍ଡକୁ ଆଧାର କରି ଏହାର ବର୍ଗୀକରଣ ମଧ୍ୟ କରାଯିବ । ଜଣେ ସରକାରୀ ଅଧିକାରୀଙ୍କ ମୁତାବିକ ଏହି ଡାଟାବେସ ପ୍ରସ୍ତୁତ କରିବାର ଦାୟିତ୍ୱ ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋକୁ ଦିଆଯାଇଛି । ଯାହାଦ୍ୱାରା ଗୋଟିଏ କ୍ଲିକରେ ସାଧାରଣ ଲୋକ ଦୁଷ୍କର୍ମକାରୀଙ୍କ ବିଷୟରେ ସମସ୍ତ ତଥ୍ୟ ଜାଣିବା ସହ ଏମାନଙ୍କ ଠାରୁ ସର୍ତକ ମଧ୍ୟ ରହିପାରିବେ ।

ଏନସିଆରବି ତଥ୍ୟ ମୁତାବିକ ୨୦୧୬ରେ ୩୮,୯୪୭ଟି ବଳତ୍କାର ମାମଲା ରୁଜୁ ହୋଇଥିବା ବେଳେ୨୦୧୫ରେ ଏହାର ସଂଖ୍ୟା ୩୪,୬୫୧ଟି ଥିଲା ।

ସମ୍ବନ୍ଧିତ ଖବର