ବାବ୍ରି ମସ୍‌ଜିଦ୍‌ ଧ୍ବଂସ ମାମଲା: ଚୂଡ଼ାନ୍ତ ରାୟ ପାଇଁ ୯ ମାସ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସ୍‌ଜିଦ୍‌ ଧ୍ବଂସ ମାମଲାରେ ବିଜେପି ନେତା ଓ ଅନ୍ୟମାନଙ୍କ ବିରୋଧରେ ଯେଉଁ ମକଦ୍ଦମା ଚାଲିଛି ତାହାର ଫଏସଲା ୯ ମାସ ମଧ୍ୟରେ କରାଯିବାକୁ ଆଜି ସୁପ୍ରିମ୍‌ କୋର୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ମୋଟ ୨୧ ଅଭିଯୁକ୍ତ ଅଛନ୍ତି। ମାମଲାର ଶୁଣାଣି କରୁଥିବା ଲକ୍ଷ୍ନୌ ସିବିଆଇ ଅଦାଲତର ବିଚାରପତି ଏସ୍‌.କେ. ଯାଦବଙ୍କ କାର୍ଯ୍ୟକାଳକୁ ସୁପ୍ରିମ୍‌ କୋର୍ଟ ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର