ପାକିସ୍ତାନରେ ଭାରତୀୟ ମିସନର ଦୁଇ କର୍ମଚାରୀଙ୍କୁ ଛଡ଼ରେ ପିଟିବା ସହ ଅପରିଷ୍କାର ପାଣି ପିଆଇ ନିର୍ଯାତନା ଦିଆଯାଇଛି

ନୂଆଦିଲ୍ଲୀ: ୧୨ ଘଣ୍ଟା ଧରି ଅଟକ ରଖାଯାଇ ପରେ ମୁକ୍ତ କରାଯାଇଥିବା ଇସ୍‌ଲାମାବାଦସ୍ଥିତ ଭାରତୀୟ ମିସନ୍‌ର ଦୁଇ କର୍ମଚାରୀଙ୍କୁ ଛଡ଼ ଓ ବାଡ଼ିରେ ପିଟାଯିବା ସହ ଅପରିଷ୍କାର ପାଣି ପିଆଇ ନିର୍ଯାତନା ଦିଆଯାଇଛି ବୋଲି ବିଶେଷସୂତ୍ରରୁ ପ୍ରକାଶ।

ହାଇକମିସନ୍ ପାଖରେ ଥିବା ପେଟ୍ରୋଲ୍ ‌ଷ୍ଟେସନ୍‌ରୁ ଦୁହିଁଙ୍କୁ ସୋମବାର ସକାଳ ୮: ୩୦ରେ ଛଅଟି ଗାଡ଼ିରେ ଆସିଥିବା ପ୍ରାୟ ୧୫/୧୬ ଜଣ ବ୍ୟକ୍ତି ସେମାନଙ୍କୁ ଉଠାଇ ନେଇଥିଲେ। ଅନ୍ଧପଟଳି ଭାବେ ଦୁହିଁଙ୍କ ମୁହଁରେ  ଦୁଇଟି ବ୍ୟାଗ୍ ପିନ୍ଧାଇ ଦିଆଯାଇଥିଲା ଓ ହାତକଡ଼ା ପକାଯାଇଥିଲା।

Image Courtesy of NewsX

ଏହାପରେ ଦୁହିଁଙ୍କୁ ଘଟଣାସ୍ଥଳରୁ ପ୍ରାୟ ୧୦ ମିନିଟ୍ ଦୂର ବାଟର କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ୬ ଘଣ୍ଟା ଧରି ପଚରାଉଚୁରା କରାଯାଇଥିଲା। ବାରମ୍ବାର ସେମାନଙ୍କୁ ଛଡ଼ ଓ କାଠ ବାଡ଼ିରେ ପିଟାପିଟି କରିବା ସହ ଅପରିଷ୍କାର ପାଣି ପିଇବାକୁ ଦିଆଯାଇଥିଲା। ହାଇକମିସନ୍‌ ଅଫିସ୍‌ର ସମସ୍ତ କର୍ମଚାରୀଙ୍କର ନିର୍ଦ୍ଦିଷ୍ଟ ଭୂମିକା ଓ କାର୍ଯ୍ୟ ଆଦି ସମ୍ପର୍କରେ ପଚରାଉଚୁରା କରାଯାଇଥିଲା।

ରାତି ପ୍ରାୟ ୯ଟା ବେଳେ ଦୁଇଜଣଙ୍କୁ ଭାରତୀୟ ହାଇକମିସନ୍‌ଙ୍କୁ ହସ୍ତାନ୍ତର କରାଯାଇଥିଲା। ସେମାନଙ୍କ ବେକ, ମୁହଁ ଓ ଜଙ୍ଘରେ ଗୁଡ଼ାଏ କ୍ଷତ ଚିହ୍ନ ହୋଇଛି। କିନ୍ତୁ, ଜୀବନ ପ୍ରତି ବିପଦ‌ ଥିବା ଭଳି କୌଣସି ଆଘାତ ଲାଗି ନାହିଁ ବୋଲି ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର