ପୁଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟ ଦେଲା ବଡ଼ ଝଟକା : ଏବେ ରାଜ୍ୟର ଦୈନିକ ଗତିବିଧି ଉପରେ ଦଖଲ ଦେଇ ପାରିବେ ନାହିଁ

ନୂଆଦିଲ୍ଲୀ : ପୁଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମଡ୍ରାସ ହାଇକୋର୍ଟ ଏକ ବଡ଼ ଝଟକା ଦେଇଥିବା ଜଣା ପଡ଼ିଛି । କେନ୍ଦ୍ର ଶାସିତ ରାଜ୍ୟର ଦୈନିକ ଗତିବିଧି ଉପରେ ଦଖଲ ଦେବାର ଅଧିକାର କିରଣ ବେଦୀଙ୍କର ନାହିଁ ବୋଲି ଅଦାଲତ ରାୟ ଶୁଣାଇବା ପରେ କିରଣ ବେଦୀଙ୍କୁ ବଡ଼ ଝଟକା ଲାଗିଛି ।

କିଛି ଦିନ ହେଲାଣି ପୁଡୁଚେରୀର ମୁଖ୍ୟମନ୍ତ୍ରୀ ନାରାୟଣ ସାମି ଏବଂ କିରଣ ବେଦୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଏମିତି କି ମୁଖ୍ୟମନ୍ତ୍ରୀ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ । ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଝଗଡ଼ା ଶେଷରେ ଯାଇ ଅଦାଲତରେ ପହଞ୍ଚିଥିଲା । ଯାହାର ଶୁଣାଣି କରି ଆଜି ମାଡ୍ରାସ ହାଇକୋର୍ଟ ଏଭଳି ରାୟ ଶୁଣାଇଛି ।

zeenews.india.com

ସୂଚନ ମୁତାବକ, ପ୍ରଥମେ କିରଣ ବେଦୀ କୌଣସି ଫାଇଲ କାମ ଆଗକୁ ବଢ଼ାଉ ନଥିବା ନେଇ ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ ନାରାୟଣ ସାମି । ଏହା ସହ କେନ୍ଦ୍ର ସରକାରଙ୍କ ଇଶାରାରେ ରାଜ୍ୟ ସରକାରଙ୍କୁ ନିଜ କାମ କରିବାକୁ ଦେଉ ନଥିବା କହିଥିଲେ ନାରାୟଣ ସାମି । ମୁଖ୍ୟମନ୍ତ୍ରୀ ନାରାୟଣ ସାମିଙ୍କ ପରେ କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣ ୨୦୧୭ରେ ଅଦାଲତରେ ଏକ ପିଟିସନ ଦାୟର କରିଥିଲେ । ଯେଉଁଥିରେ ରାଜ୍ୟର ଦୈନିକ ଗିତିବିଧିରେ କିରଣ ବେଦୀ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ କରାଯାଇଥିଲା । ବିଧାୟକ ଲକ୍ଷ୍ମୀନାରାୟଣଙ୍କ ପିଟିସନ ଉପରେ ଶୁଣାଣି କରି ଆଜି ମାଡ୍ରାସ ହାଇକୋର୍ଟ ଏଭଳି ରାୟ ରଖିଛନ୍ତି ।

ସମ୍ବନ୍ଧିତ ଖବର